18.1 C
Bhubaneswar
Friday, December 26, 2025
Homeଓଡିଶା୨୦୨୫ ମାର୍ଚ୍ଚ ମାସ ସୁଦ୍ଧା ଶେଷ ହେବ ଗୁଣ୍ଡିଚା ମନ୍ଦିରର ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ

୨୦୨୫ ମାର୍ଚ୍ଚ ମାସ ସୁଦ୍ଧା ଶେଷ ହେବ ଗୁଣ୍ଡିଚା ମନ୍ଦିରର ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ

ପୁରୀ: ଆସନ୍ତା ମାର୍ଚ୍ଚ ସୁଦ୍ଧା ଶେଷ ହେବ ଗୁଣ୍ଡିଚା ମନ୍ଦିରର ସମସ୍ତ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ। ଓବିସିସି ଅଧିକାରୀଙ୍କୁ ଏନେଇ ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। ଆଜି ସକାଳୁ ଗୁଣ୍ଡିଚା ମନ୍ଦିର ଯାଇ ସମସ୍ତ କାର୍ଯ୍ୟର ଅନୁଧ୍ୟାନ ପରେ ଓବିସିସି ଅଧିକାରୀଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ପ୍ରଶାସକ। ତେବେ ଅନୁଧ୍ୟାନ ସମୟରେ କେବଳ ଗୁଣ୍ଡିଚା ମନ୍ଦିର ରୋଷ ଘରର ସ୍ଥିତି ଅନୁଧ୍ୟାନ କରାଯାଇଥିବା ଜିଲ୍ଲାପାଳ କହିଥିଲେ। ଗୁଣ୍ଡିଚା ମନ୍ଦିର ରୋଷ ଘର ଉଚ୍ଚତା ବୃଦ୍ଧି ସହ ସମସ୍ତ ଆନୁଷଙ୍ଗିକ କାର୍ଯ୍ୟ କରାଯିବ। ଆଡପ ମଣ୍ଡପରେ ମହାପ୍ରଭୁ ଥିବା ସମୟରେ ଗୁଣ୍ଡିଚା ମନ୍ଦିର ରୋଷ ଘରେ ଆଡପ ଅବଢ଼ା ପ୍ରସ୍ତୁତିରେ ଅନେକ ଅସୁବିଧା ସୃଷ୍ଟି ହେଉଥିବା ସୁଆର ମହାସୁଆର ନିଯୋଗ ଅଭିଯୋଗ କରିଥିଲା। ରୋଷଘରୁ ପାଣି ବିଭିନ୍ନ ସମୟରେ ଗଳୁଥିବା ବେଳେ ଆଡପ ଅବଢ଼ାରେ ମଧ୍ୟ ଅନେକ ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ ହୋଇଥିଲା। ତେଣୁ ଆଜି ବରିଷ୍ଠ ସେବାୟତ ଓ ସୁଆର ମହାସୁଆର ନିଯୋଗ ସମ୍ପାଦକ, ସଭାପତି ଙ୍କ ସହ ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ ଓବିସିସିର ଅଧିକାରୀ ଅନୁଧ୍ୟାନ ସମୟରେ ଉପସ୍ଥିତ ଥିଲେ। ରୋଷ ଘର ଉପରେ ପଡିଥିବା ଟିଣକୁ ହଟାଯାଇ ଛାତ ପକାଯିବା ନେଇ ବ୍ୟବସ୍ଥା ହେବ। ଦୀର୍ଘ ବର୍ଷ ଧରି ଗୁଣ୍ଡିଚା ମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ଥିବାବେଳେ ମାର୍ଚ୍ଚ ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ ହେବା ପରେ ପୁଣିଥରେ ଗୁଣ୍ଡିଚା ମନ୍ଦିର ଭକ୍ତଙ୍କ ପାଇଁ ଖୋଲିବ ବୋଲି ଆଶା କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking