31.1 C
Bhubaneswar
Friday, March 27, 2026
Homeଅପରାଧସ୍ୱାମୀର ବର୍ବର କାଣ୍ଡ : ସ୍ତ୍ରୀ ସହ ଯାହା କଲା ଜାଣିଲେ ହେବେ ଆଶ୍ଚର୍ଯ୍ୟ...

ସ୍ୱାମୀର ବର୍ବର କାଣ୍ଡ : ସ୍ତ୍ରୀ ସହ ଯାହା କଲା ଜାଣିଲେ ହେବେ ଆଶ୍ଚର୍ଯ୍ୟ…

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ଫିରୋଜାବାଦ ଘଟିଛି ଅଭାବନୀୟ ଘଟଣା । ଜଣେ ମଦ୍ୟପ ସ୍ୱାମୀ ତାଙ୍କ ପତ୍ନୀଙ୍କୁ ଅତି ଯନ୍ତ୍ରଣାଦାୟକ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ରେଶମାଙ୍କ ଗତ ସୋମବାର ରାତିରେ ସ୍ୱାମୀ ସୁରଜିତଙ୍କ ସହ ଝଗଡ଼ା ହୋଇଥିଲା। ଏହି କାରଣରୁ ମଦ୍ୟପ ସୁରଜିତ୍ ଆଗପଛ କିଛି ବିଚାର ନକରି ରାଗ‌ରେ ରେଶମାଙ୍କ ହାତ ଓ ଗୋଡ ବାନ୍ଧି ପିଟିବା ଆରମ୍ଭ କରିଥିଲେ। କେବଳ ଏତିକି ନୁହେଁ, ସୁରଜିତ୍ ରେଶମାଙ୍କ ଗୁପ୍ତାଙ୍ଗରେ ଏକ ବେଲଣାକାଠି ବି ପୁରାଇ ଦେଇଥିଲେ। ସୁରଜିତଙ୍କ ନିଷ୍ଠୁରତା ଏଠାରେ ଶେଷ ହୋଇ ନଥିଲା। ସେ ତାଙ୍କ ରାଗ ଶାନ୍ତ କରିବାକୁ ରେଶମାଙ୍କୁ ଦାନ୍ତରେ କାମୁଡିବା ସହିତ ବେଲ୍ଟରେ ପିଟିପିଟି ଅତି ଯନ୍ତ୍ରଣାଦାୟକ ଭାବେ ହତ୍ୟା କରିଥିଲେ। ତେବେ ୨୮ବର୍ଷ ବୟସ୍କା ରେଶମା ୧୦ ବର୍ଷ ପୂର୍ବେ ସୁରଜିତଙ୍କୁ ବିବାହ କରିଥିଲେ। ବିବାହର କିଛିବର୍ଷ ଠିକଠାକ ଚାଲିଥିଲା। ଏହାପରେ ଦୁହିଁଙ୍କ ସମ୍ପର୍କ‌ରେ ତିକ୍ତତା ଦେଖା ଦେଇଥିଲା। ସୁରଜିତଙ୍କର ମଦ୍ୟପାନ କରିବାର ଅଭ୍ୟାସ ଥିଲା। ଯାହାକୁ ରେଶମା ପସନ୍ଦ କରୁ ନଥିଲେ। ଏହି କାରଣରୁ ଦମ୍ପତିଙ୍କ ମଧ୍ୟରେ ପ୍ରାୟତଃ ଝଗଡ଼ା ଲାଗିଥାଏ। ଗତ ସୋମବାର ରାତିରେ ବି ସୁରଜିତ ମଦ୍ୟପାନ କରି ଘରକୁ ଆସିଥିଲେ। ପରେ କିଛି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଲାଗିଥିଲା। ଏଥିରେ ସୁରଜିତ ଏତେ ରାଗି ଯାଇଥିଲେ ଯେ ସେ ରେଶମାଙ୍କ ହାତ ଓ ଗୋଡ ବାନ୍ଧି ପିଟିବା ଆରମ୍ଭ କରିବା ସହିତ ତାଙ୍କ ଗୁପ୍ତାଙ୍ଗରେ ଏକ ବେଲଣାକାଠି ପୁରାଇ ଦାନ୍ତରେ କାମୁଡିବା ସହିତ ବେଲ୍ଟରେ ପିଟିପିଟି ହତ୍ୟା କରିଥିଲେ। ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ରେଶମାଙ୍କୁ ହତ୍ୟା କରିବା ପରେ ସୁରଜିତ ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ରେଶମାଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପୁଲିସ ପଠାଇ ଦେଇଥିଲା। ପୋଷ୍ଟମର୍ଟମ ସମୟରେ ରେଶମାଙ୍କ ଗୁପ୍ତାଙ୍ଗରୁ ବେଲଣାକାଠି ବାହାରିବା ଦେଖି ଡାକ୍ତର ଓ ପୁଲିସ ସ୍ତବ୍ଧ ହୋଇଯାଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking