28.1 C
Bhubaneswar
Wednesday, December 17, 2025
Homeଦେଶ ବିଦେଶବେଲୁନ୍‌‌ ନେଲା ୧୩ବର୍ଷ ନାବାଳକର ଜୀବନ

ବେଲୁନ୍‌‌ ନେଲା ୧୩ବର୍ଷ ନାବାଳକର ଜୀବନ

ହିମାଚଳପ୍ରଦେଶ: ସାବଧାନ ହୁଅନ୍ତୁ। ସାମାନ୍ୟ ବେଲୁନ ମଧ୍ୟ ଆପଣଙ୍କ ପିଲାଙ୍କ ଜୀବନ ନେଇପାରେ। ଏକଥା ଆମେ କହୁନୁ। ଏକ ଘଟଣାରୁ ଏଭଳି ଆଶ୍ଚର୍ଯ୍ୟ କଲା ଭଳି ଖବର ସାମ୍ନାକୁ ଆସିଛି। ବେଲୁନ ସହିତ ଖେଳି ପିଲାଟିର ଏଭଳି ଭାବେ ଅବସ୍ଥା ହେଲା ଯେ ୨ଦିନ ପର୍ଯ୍ୟନ୍ତ ମେଡିକାଲରେ ଚିକିତ୍ସା ସତ୍ୱେ ଜୀବନ ବଞ୍ଚି ପାରିଲା ନାହିଁ। ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ହିମାଚଳପ୍ରଦେଶର କଙ୍ଗଡ଼ା ଜିଲାରେ। ମିଳିଥିବା ସୂଚନା ଅନୁସାରେ ୧୩ବର୍ଷର ନାବାଳକ ବିବେକ କୁମାର ସରକାରୀ ସ୍କୁଲରେ ପାଠ ପଢୁଥିଲା। ଗୁରୁବାର ଦିନ ବିବେକ ସ୍କୁଲରୁ ଛୁଟି ହେବା ପରେ ଗେଟ୍‌‌ ସମ୍ମୁଖରେ ଥିବା ବେଲୁନ ଦେଖି କିଣିଥିଲା। ବେଲୁନ ସହ ଖେଳିବା ବେଳେ ହଠାତ ବେଲୁନଟି ଫାଟି ଯିବାରୁ ତାହା ବିବେକର ପାଟିରେ ପଶିଯାଇଥିଲା।

ଏହି ସମୟରେ ବିବେକଙ୍କ ଗଳାରେ ବେଲୁନଟି ଅଟକି ଯିବାରୁ ସ୍କୁଲ ଶିକ୍ଷକ ଜାଣିବା ପରେ ତୁରନ୍ତ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ପଞ୍ଜାବର ପଠାନକୋଟ ଅମନଦୀପ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ସ୍ୱତନ୍ତ୍ର ଡାକ୍ତରୀ ଦଳ ଚିକିତ୍ସା କରିବା ବେଳେ ଗତକାଲି ରାତିରେ ବିବେକଙ୍କ ମୃତ୍ୟୁ ହୋଇଛି। ବିବେକଙ୍କ ପରିବାର ଅତ୍ୟନ୍ତ ଗରିବ ହୋଇଥିବା ବେଳେ ଏହି ଘଟଣାରେ ଭାଙ୍ଗିପଡ଼ିବା ସହ ପୁଅକୁ ଝୁରି ଝୁରି ଚେତାଶୂନ୍ୟ ହୋଇପଡୁଛନ୍ତି। ସ୍କୁଲ ଏବଂ ଗାଁରେ ବିବେକଙ୍କ ପାଇଁ ଶୋକର ଛାୟା ଖେଳିଯାଇଛି। ଘଟଣାରେ କଙ୍ଗଡ଼ାର ପୂର୍ବତନ ବିଧାୟକ ଓ ସ୍କୁଲ କର୍ତ୍ତୃପକ୍ଷଙ୍କ ତରଫରୁ ବିବେକଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking