18.1 C
Bhubaneswar
Thursday, February 5, 2026
Homeଓଡିଶାଯାତ୍ରା ମଞ୍ଚରେ କଳାକଳରଙ୍କ ଅଭିନୟ ଦେଖି ତାତିଲେ ଦର୍ଶକ

ଯାତ୍ରା ମଞ୍ଚରେ କଳାକଳରଙ୍କ ଅଭିନୟ ଦେଖି ତାତିଲେ ଦର୍ଶକ

ଭୁବନେଶ୍ୱର: ଯାତ୍ରା କଳାକାରଙ୍କ ଅଭିନୟକୁ ସତ ମାନି ନେଲେ ଦର୍ଶକ। ଅଭିନୟ ଏତେ ଜୀବନ୍ତ ଥିଲା ଯେ, ରାଗ ତମତମ ଦର୍ଶକ ଷ୍ଟେଜ୍ ଉପରକୁ ଚେୟାର ଫିଙ୍ଗିବା ସହ ଉପରକୁ ଉଠି ଆସି ମାରିଲେ ଚାପୁଡା। ଏମିତି ଘଟଣା ଘଟିଛି ଭଦ୍ରକ ଅଣ୍ଡରେଇରେ । ଅଣ୍ଡରେଇରେ ରାଜନନ୍ଦିନୀ ପାର୍ଟି ଯାତ୍ରା ପରିବେଶଣ କରୁଥିବା ବେଳେ ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା। ପରେ ଯାତ୍ରା କମିଟର ସଦସ୍ୟମାନେ ଦର୍ଶକ ଜଣଙ୍କୁ ବାକୁ କରି ବାହାରକୁ ବାହାର କରିଦେଇଥିଲେ ।ନାଟକର ଦୃଶ୍ୟ ଅନୁଯାୟୀ ନାୟକ ଅର୍ଥାତ୍ ପୁଅ ଭୂମିକାରେ କାର୍ତ୍ତିକ ଅଭିନୟ କରୁଥିବା ବେଳେ ସମସ୍ତ କଳାକାରଙ୍କ ଅଭିନୟକୁ ସତ ମାନି କିଛି ଦର୍ଶକ କ୍ଷୁବ୍ଧ ହୋଇଯାଇଥିଲେ । ଏପରିକି କାର୍ତ୍ତିକଙ୍କୁ ଚେୟାର ଫିଙ୍ଗିଥିଲେ । ଜଣେ ଦର୍ଶକ ମଞ୍ଚକୁ ଉଠି କାର୍ତ୍ତିକକୁ ମାଡ ମାରିଥିଲେ । ଏହି ସମୟରେ ଅନ୍ୟ କଳାକାରମାନେ ତାଙ୍କୁ ଅଟକାଇ ଥିଲେ ।ଚାଲିଥିବା ଦୃଶ୍ୟରେ ଭଉଣୀଙ୍କୁ ଜଣେ ବାବା ଦୁଷ୍କର୍ମ କରିଥିବା ଭଉଣୀଙ୍କ ସମେତ ପୂରା ପରିବାର ଅଭିଯୋଗ କରୁଥିଲେ । ହେଲେ ବାବା ଏପରି କରି ନଥିବା କହି କାର୍ତ୍ତିକ ପରିବାରକୁ ଓଲଟା ତାଡନା ଦେଉଥିବା ଦୃଶ୍ୟକୁ ନେଇ ଦର୍ଶକ ତାତିଥିଲେ । ଫଳରେ କିଛି ସମୟ ଧରି ଯାତ୍ରା ବନ୍ଦ ହେବା ପରେ ପୁଣି ଆରମ୍ଭ ହୋଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking