ବାଲେଶ୍ୱର : ମଞ୍ଚରେ ଯାତ୍ରା ପରିବେଷଣ ବେଳେ ଚେୟାର ମାଡ଼ କଲେ ଦର୍ଶକ । ସୋର ଥାନା ବିଦୁ ନିକଟରେ ଯାତ୍ରା ସ୍ୱର୍ଣ୍ଣମହଲ ତିନିରାତି ପାଇଁ ଯାତ୍ରା ପରିବେଷଣ କରିବ । ଗତକାଲି ପ୍ରଥମ ରାତିରେ ସ୍ୱାମୀ ପାଇଁ ପଛେ ନର୍କକୁ ଯିବି ଯାତ୍ରା ପରିବେଷଣ କରାଯାଇଥିଲା । ଏଥିରେ କଳାକାର ଡାଇଲଗ ଡେଲିଭରି ସମୟରେ ଜଗତର ନାଥ ଜଗନ୍ନାଥଙ୍କୁ ଅପମାନ କରି ତୁମ ଜଗନ୍ନାଥ ମୋ ପାଦ ତଳେ ବୋଲି କହିଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଜଣେ ଦର୍ଶକ ଓଡ଼ିଆ ଜାତିକୁ ଅବମାନନା ଓ ଓଡ଼ିଆଙ୍କ ଆରାଧ୍ୟ ଜଗନ୍ନାଥଙ୍କୁ ଅପମାନ କରାଯାଇଥିବାରୁ ରାଗିଯାଇ କଳାକାରଙ୍କ ଉପରକୁ ଚେୟାର ମାଡ଼ କରିଥିଲେ । ଫଳରେ ଯାତ୍ରା ପରିବେଷଣ ବନ୍ଦ ରହିଥିଲା । କମିଟି ମେମ୍ବରଙ୍କ ହସ୍ତକ୍ଷେପ ପରେ ୨୦ ମିନିଟ ପରେ ପୁନଶ୍ଚ ଯାତ୍ରା ପରିବେଷଣ କରାଯାଇଥିଲା ।