31.1 C
Bhubaneswar
Monday, March 30, 2026
Homeଅପରାଧଘରେ କଳାକନା ବୁଲାଇଲେ ଦୁର୍ବୁତ୍ତ

ଘରେ କଳାକନା ବୁଲାଇଲେ ଦୁର୍ବୁତ୍ତ

ବ୍ୟୁରୋ : ବୁର୍ଲା ବୋର୍ଡ କଲୋନୀରେ ବଡ ଧରଣର ଚୋରି ହୋଇଛି। ଘରେ କେହି ନଥିବାର ସୁଯୋଗ ନେଇ ଘରେ କଳାକନା ବୁଲାଇଛନ୍ତି ଦୁର୍ବୁତ୍ତ। ସୂଚନା ଅନୁସାରେ, ଗତକାଲି ରବିବାର ଥିବାରୁ ଘର ମାଲିକ ମନୋଜ ପାତ୍ର ପରିବାର ସହ ଘର ବାହାରକୁ କେଉଁଆଡେ ବୁଲିବାକୁ ଯାଇଥିଲେ। କେହି ଘରେ ନଥିବାର ସୁଯୋଗ ପାଇ ଗେଟ୍ ଭାଙ୍ଗି ଘର ଭିତରେ ପଶିଥିଲେ ଦୁର୍ବୃତ। ଏପରିକି ଆଲମାରୀ ତାଲା ତାଡି ଗୋଟିଏ ହାର, ଗୋଟିଏ ଚେନ୍, ଦୁଇ ହଳ କାନଫୁଲ ଓ ୬୫ ହଜାର ଟଙ୍କା ଏହିପରି ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟି ନେଇଛନ୍ତି। ତେବେ ରାତିରେ ଘରକୁ ଆସିବା ପରେ ମନୋଜ ଘର ଗେଟ୍ ତାଲା ଭାଙ୍ଗିଥିବା ଦେଖିବାକୁ ପାଇଥିଲେ। ଏହାପରେ ଘର ଭିତରକୁ ଗଲା ପରେ ସବୁ ସୁନା ଅଳଙ୍କାର ଚୋରି ହୋଇଥିବା ଜାଣିବାକୁ ପାଇଥିଲେ। ଏହାପରେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking