21.1 C
Bhubaneswar
Friday, December 19, 2025
Homeଓଡିଶାପ୍ରଦେଶ କିଷାନ କଂଗ୍ରେସର ଘୋଷଣା ଚାଷ, ଚାଷୀ ଓ ଚାଷୀ ପରିବାରକୁ ସୁରକ୍ଷା, ସମ୍ମାନ ଓ...

ପ୍ରଦେଶ କିଷାନ କଂଗ୍ରେସର ଘୋଷଣା ଚାଷ, ଚାଷୀ ଓ ଚାଷୀ ପରିବାରକୁ ସୁରକ୍ଷା, ସମ୍ମାନ ଓ ପ୍ରୋତ୍ସାହନ ଦାବିରେ ଫସଲ ଅମଳ ପୂର୍ବରୁ ରାଜ୍ୟ କିଷାନ ସମାବେଶ ରାଜଧାନୀ ହେବ

ଭୁବନେଶ୍ୱର:  ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ। କୃଷି ଓ କୃଷକର ବିକାଶ ହିଁ ରାଜ୍ୟ ଓ ରାଜ୍ୟବାସୀଙ୍କର ବିକାଶ। ଗତ ଦୁଇଟି ଯାକ ସରକାର ଉଭୟ ବିଜେଡ଼ି ଓ ବର୍ତ୍ତମାନର ବିଜେପି କୃଷିର ବିକାଶ ପରିବର୍ତ୍ତେ ବିନାଶ କରି ଚାଲିଛନ୍ତି। ସବୁଠାରୁ ଦୁର୍ଦ୍ଦିନରେ ଚାଷୀ ବାପୁଡ଼ା ସମୟ କାଟୁଛି। ଚାଷ ଆରମ୍ଭରୁ ଅମଳ ପର୍ଯ୍ୟନ୍ତ ପ୍ରାକୃତିକ ବପିର୍ଯୟ ଠାରୁ ଆରମ୍ଭ କରି ସରକାର ଉଦାସୀନତାର ଶିକାର ହେଉଛି।ଧାନଚାଷୀ ଠାରୁ ଆରମ୍ଭ କରି ଆଖୁ, ଗହମ, ମକା, ପକା, ପାନ, ମୀନ, କାଜୁ, ନଡ଼ିଆ, ଗୁଆ, ଦୁଗ୍ଧ, କୁକୁଡ଼ା ଓ ସବୁପ୍ରକାରର ଚାଷୀ ଭାଇ ଋଣ ଯନ୍ତାରେ ଶିକାର ହେଉଛି ଓ ଅବହେଳାର ଶିକାର ହେଉଛି। ଏବେ ଚାଷର ଆରମ୍ଭ ମାତ୍ର। ଏବେଠୁ ପ୍ରଦେଶ କିଷାନ କଂଗ୍ରେସ ରାଜ୍ୟ ସରକାରଙ୍କୁ ସର୍ତକ କରିଦେବାକୁ ଚାହେଁ। ଚାଷ, ଚାଷୀ ଓ ଚାଷୀ ପରିବାରକୁ ଫସଲର ଅମଳ ପର୍ଯ୍ୟନ୍ତ ସବୁପ୍ରକାରର ସୁରକ୍ଷା ଓ
ପ୍ରୋତ୍ସାହନ ଯୋଗାଇ ଦେବାକୁ ହେବ। ସରକାର ଏବେଠୁ ହୁସିଆର ରୁହନ୍ତୁ। ନହେଲେ ଚାଷୀ ଦୁର୍ଦ୍ଦିନରେ ପଡ଼ିବ ଓ ଚାଷୀ ହନ୍ତସନ୍ତ ହେବ। ଭଲ ଅମଳ ସହ ସମସ୍ତ ଫସଲକୁ ବିନା ବ୍ୟତକି ୍ରମରେ ମଣ୍ଡିରେ ବିକ୍ରିକରିବାର ସୁବିଧା ଯୋଗାଇବାକୁ ହେବ। ନହେହେଲ ଘମାଘୋଟ ଲଢ଼େଇର ମୈଦାନକୁ କିଷାନ କଂଗ୍ରେସ ଓହ୍ଲାଇବ। ଅମଳ ପୂର୍ବରୁ ପ୍ରଦେଶ କିଷାନ କଂଗ୍ରେସ ରାଜ୍ୟ ରାଜଧାନୀରେ ଏକ ବିରାଟ ସମାବେଶ କରି ଆନ୍ଦୋଳନକୁ ଆରମ୍ଭ କରିବ। ସେହି ଆନ୍ଦୋଳନ ଗାଁଗଣ୍ଡା ଅର୍ଥାତ ଯେଉଁଠି ଚାଷ ଓ ଚାଷୀ ଅଛି ସେଠିକି ବ୍ୟାପିବ। ସେ ଦୃଷ୍ଟିର ପ୍ରଦେଶ କିଷାନ କଂଗ୍ରେସର ଏକ ନେତୃତ୍ୱକାରୀ ଦଳ ଅଧ୍ୟକ୍ଷ ଅଭୟ ସାହୁ, ପୂର୍ବତନ ମନ୍ତ୍ରୀ ଦେବାଶଷି ନାୟକ ଓ ଚାଷୀନେତା ଅରୁଣ ଜେନାଙ୍କ ସହିତ ଉପକୂଳର ଚାଷୀ ନେତା ଶିତିକଣ୍ଠ ମହାନ୍ତି ଓ ପଶ୍ଚିମ ଓଡ଼ିଶାର ଚାଷୀ ନେତା ରତ୍ନାକର ନାୟକ ପ୍ରଥମ ଦଫାରେ ଉପକୂଳ ସହିତ ପଶ୍ଚିମ ଓଡ଼ିଶା ଚଳିତ ମାତ ୧୬ ତାରିଖରୁ ଗସ୍ତକରି ସାଂଗଠନିକ ଓ ରାଜନୈତି ପ୍ରସ୍ତୁତି ଆରମ୍ଭ କରିବେ। ଦ୍ୱିତୀୟ ଶେଷ ଦଫାରେ ଅଗଷ୍ଟ ପ୍ରଥମ ସପ୍ତାହରେ ଦ୍ୱିତୀୟ ଦଫା ଗସ୍ତ କାର୍ଯ୍ୟକମ୍ର ଆରମ୍ଭ ହେବ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking