ଭୁବନେଶ୍ୱର: ବଢିଲା ଧନୁଯାତ୍ରାର ଅନୁଦାନ ରାଶି। ଧନୁଯାତ୍ରା ଅନୁଦାନ ରାଶି ବଢାଇଲେ ସରକାର। ଧନୁଯାତ୍ରା ପାଇଁ ୧ କୋଟିକୁ ବଢିଲା ଅନୁଦାନ ରାଶି। ପୂର୍ବରୁ ଅନୁଦାନ ରାଶି ୧୦ ଲକ୍ଷ ଟଙ୍କା ଥିଲା। ୨ ଶହ କଳାକାରଙ୍କୁ ମିଳିବ ୧୦ ହଜାର ଲେଖାଏଁ ଅନୁଦାନ ରାଶି ପ୍ରଦାନ କରାଯିବ। ସୂଚନାଯୋଗ୍ୟ, ବରଗଡ଼ ଧନୁଯାତ୍ରା ନିମନ୍ତେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ୧ କୋଟି ଟଙ୍କାର ଆର୍ଥିକ ଅନୁଦାନ ରାଶି ଘୋଷଣା କରାଯାଇଥିଲା । ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଆଯାଇଛି ନିଷ୍ପତ୍ତି ନିଆଯାଇଥିଲା। ଚଳିତ ବର୍ଷ ଡ଼ିସେମ୍ବର ୨୪ ତାରିଖରୁ ଜାନୁଆରୀ ୩, ୨୦୨୬ ରିଖ ପର୍ଯ୍ୟନ୍ତ ବରଗଡ଼ରେ ଧନୁଯାତ୍ରା ମହୋତ୍ସବର ଆୟୋଜନ କରାଯିବ।










