23.1 C
Bhubaneswar
Sunday, March 22, 2026
Homeଓଡିଶାଭତ୍ତାବୃଦ୍ଧି ଦାବିରେ  ଘେରାଉ କଲା ଭତ୍ତା ପ୍ରଦାନ ସଂଘର୍ଷ ସମିତି 

ଭତ୍ତାବୃଦ୍ଧି ଦାବିରେ  ଘେରାଉ କଲା ଭତ୍ତା ପ୍ରଦାନ ସଂଘର୍ଷ ସମିତି 

ଯାଜପୁର: ମଧୁବାବୁପେନସନ ଯୋଜନା ରେ ଥିବା ବୃଦ୍ଧ, ବୃଦ୍ଧା. ବିଧବା, ଦିବ୍ୟାଙ୍ଗ,କଳାକାର ଓ ଅସହାୟ ମହିଳା ମାନଙ୍କ ଭତ୍ତାବୃଦ୍ଧି ଦାବି ରେ ଓଡିଶା ଭତ୍ତାପ୍ରଦାନ ସଂଘର୍ଷ ସମିତି ରାଜ୍ୟସାରା ହେଉଥିବା ଆନ୍ଦୋଳନ ପରିପ୍ରେକ୍ଷୀରେ ଆଜି କୋରାଇ ବ୍ଲକ ରେ ଘେରାଉ କାରା ଯାଇ ଥିଲା l ପରେ ଗୋଷ୍ଠିଉନୟନ ଅଧିକାରୀ ଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଦାବି ପ୍ରଦାନ କରାଯାଇଥିଲା. କୋରାଇ ବ୍ଲକ ଅଧୀନରେ ଥିବା ଭତ୍ତାହିତାଧିକାରୀ ମାନେ ଏକତ୍ରିତ ହୋଇ ସେଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା ଏହି ସଭାରେ ରାଜ୍ୟ ସଭାପତି ବିଦ୍ୟାଧର ମହାନ୍ତି ଯୋଗ ଦେଇ କହିଲେ ସମ୍ବିଧାନ ର ଧାରା ୨୧ ରେ ଥିବା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଓ ସଶକ୍ତି ବିଭାଗ କାହିଁକି ଭତ୍ତାବୃଦ୍ଧି ଘୋଷଣା କରୁନାହାନ୍ତି ରାଜ୍ୟସରକାର ଙ୍କୁ ପ୍ରଶ୍ନ କରିଥିଲେ ତତ ସହିତ ବି. ଜେ. ପି ସରକାର ନିର୍ବାଚନ ସଂକଳ୍ପପତ୍ର ଘୋଷଣା ରେ କହିଥିଲେ ଆମେ ସରକାରକୁ ଆସିଲେ ସମସ୍ତ ଙ୍କୁ ୩OOO ରୁ ୩୫OO ଟଙ୍କା ଭତ୍ତା ପ୍ରଦାନ କରିବୁ ଆଜି ଆକାଶ ଛୁଆ ଦରଦାମ ବୃଦ୍ଧି ହୋଇଥିବା ବେଳେ ସରକାର ଙ୍କ ବିଳମ୍ବ ଙ୍କୁ ଦୃଢ ସମାଲୋଚନା କରିଥିଲେ. ଏହି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ନାଗରିକ ନାରାୟଣ ଚନ୍ଦ୍ର ନାୟକ, ନିରଞ୍ଜନ ପରିଡା, କୀର୍ତ୍ତନ ବିହାରୀ ରାଉତ ଓସତ୍ୟାନନ୍ଦ କାଣ୍ଡି ମହିନ୍ଦ୍ରକୁମାର ମହାପାତ୍ର ପରୀକ୍ଷିତ ମଳିକ, ସେକଆତତାରୁଦ୍ଦିନ ବିଦ୍ୟାଧର ଜେନା ପ୍ରମୁଖ ଭାଷଣ ରେ ସରକାର ଯଦି ଭତ୍ତାବୃଦ୍ଧି ଘୋଷଣା ରେ ବିଳମ୍ବ କରନ୍ତି ଆମେ ବ୍ୟାଧ୍ୟହୋଇ ବିଧାନସଭା ଘେରାଉ ସହିତ ରାସ୍ତାରୋକ ଆନ୍ଦୋଳନ କରିବୁ ବୋଲ ଚିତାବନୀ ଦେଇଥିଲେ. ଶେଷରେ ବିଦ୍ୟାଧର ମହାନ୍ତି ଙ୍କ ନେତୃତ୍ୱ ରେ ଏକ ପ୍ରତିନିଧି ଦଳ କୋରାଇ ବି. ଡି. ଓ. ଶ୍ରୀ ଅବନୀ କୁମାର ସାହୁ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ଭତ୍ତାବୃଦ୍ଧି ଦାବି ପ୍ରଦାନ କରିଥିଲେ l

 

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking