28.1 C
Bhubaneswar
Thursday, March 5, 2026
Homeଦେଶ ବିଦେଶରାଜଧାନୀ ଦିଲ୍ଲୀକୁ ବର୍ଷ ନେଇ ଆଲର୍ଟ ଜାରି

ରାଜଧାନୀ ଦିଲ୍ଲୀକୁ ବର୍ଷ ନେଇ ଆଲର୍ଟ ଜାରି

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀକୁ ବର୍ଷ ନେଇ ଆଲର୍ଟ ଜାରି । ଦେଶର ରାଜଧାନୀ ଦିଲ୍ଲୀରେ ଏକ ସପ୍ତାହ ବର୍ଷା ପାଇଁ ପାଣିପାଗ ବିଭାଗ ଆଲର୍ଟ ଜାରି କରିଛି । ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ଦିଲ୍ଲୀ ଏନ୍ସିଆର ଅଞ୍ଚଳରେ ଚଳିତ ସପ୍ତାହରେ ହାଲ୍କାରୁ ମଧ୍ୟମ ଧରଣ ବର୍ଷା ହେବା ନେଇ ସମ୍ଭାବନା ଥିବା କହିଛି । ବର୍ଷା ସହିତ ଝଡ଼ ହେବା ନେଇ ମଧ୍ୟ ଆଶଙ୍କା ରହିଛି । ପାଣିପାଗ ବିଭାଗ ଅନୁଯାୟୀ ଦିଲ୍ଲୀରେ ଦିନର ସର୍ବାଧିକ ତାପମାତ୍ରା ୩୯.୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ୨୪ ଏବଂ ୨୫ ଜୁନରେ ବର୍ଷା ସହିତ ବଜ୍ରପାତ ହେବାର ସମ୍ଭାବନାଥିବା ଭାରତ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଜୁନ ୨୫, ମଙ୍ଗଳବାର ଦିନ ଆକାଶ ସାଧାରଣତ ମେଘୁଆ ରହିବ ଏବଂ ହାଲୁକା ବର୍ଷା ହୋଇପାରେ । ଜୁନ ୨୬ ରେ ଆକାଶ ଆଂଶିକ ମେଘୁଆ ରହିବ । ଏଥିସହିତ ଜୁନ ୨୭, ଗୁରୁବାର ଦିନ ବଜ୍ରପାତ ସହିତ ବର୍ଷା ହେବାର ସମ୍ଭାବନା ଅଛି । ଶନିବାର, ଜୁନ ୨୮ ଏବଂ ରବିବାର, ଜୁନ ୨୯ ସାଧାରଣତ ଆକାଶ ମେଘୁଆ ରହିବ ଏବଂ ବର୍ଷା ସହ ବଜ୍ରପାତ ପବନ ବହିବାର ସମ୍ଭାବନା ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking