ବ୍ୟୁରୋ : ବିଷାକ୍ତ ବାୟୁରେ ଦିଲ୍ଲୀ । ଅଣନିଶ୍ୱାସୀ ହୋଇପଡିଲେଣି ରାଜଧାନୀବାସୀ । ଘରୁ ବାହାରିବା ସମ୍ଭବପର ହେଉନାହିଁ । ନାକ, ଗଳା ପୋଡା ଜଳା କରିବା ସହ ନିଶ୍ୱାସ ନେବାରେ ସମସ୍ୟା ଉପୁଜିଛି । ଆଜି ବି ଦିଲ୍ଲୀ ବାୟୁର ମାନ ସାରା ବିଶ୍ୱରେ ସବୁଠାରୁ ଖରାପ ରହିଛି । ଆଜି ସକାଳୁ ଆନନ୍ଦ ବିହାର ଅଞ୍ଚଳରେ ଥିବା ଏୟାର କ୍ୱାଲିଟି ଇଣ୍ଡେକ୍ସ ବୋର୍ଡରେ ବାୟୁର ମାନ ୫୩୨ ରହିଛି । କେବଳ ସେତିକି ନୁହେଁ, ଉତ୍ତର ଭାୟର ୪ଟି ପ୍ରମୁଖ ସହରରେ ବାୟୁର ମାନ ଆଜି ସକାଳୁ ୩ଶହ ଉପରେ ରହିଛି । ଦୀପୀବଳି ବାଣ ଫୁଟାଇବା ପରେ ଦିଲ୍ଲୀର ବାୟୁ ପ୍ରଦୂଷଣ ଆହୁରି ବିଗିଡିଯାଇଛି । ଏହା ଶହ ପଡୋଶୀ ହରିୟାଣା ପଂଜାବ ସୀମାରେ ଚାଷୀମାନେ ନଡା ଜାଳିବା ଦ୍ୱାରା ଏହାର ପ୍ରଭାବ ଦିଲ୍ଲୀ ବାୟୁରେ ପଡିଛି ।










