14.1 C
Bhubaneswar
Saturday, December 6, 2025
Homeଓଡିଶାକଳିଙ୍ଗାଘାଟି ରାସ୍ତାକୁ ବ୍ୟାରିକେଟ ବାନ୍ଧିଲା ପ୍ରଶାସନ

କଳିଙ୍ଗାଘାଟି ରାସ୍ତାକୁ ବ୍ୟାରିକେଟ ବାନ୍ଧିଲା ପ୍ରଶାସନ

ଗଞ୍ଜାମ: ସମୁଦ୍ର ମଧ୍ୟରେ ଭୀଷଣ ବାତ୍ୟାର ରୂପ ନେଲା ‘ମୋନ୍ଥା’ । ଏହାରି ଭିତରେ ଘଣ୍ଟା ପ୍ରତି ୧୫ କିମି ବେଗରେ ସ୍ଥଳ ଆଡକୁ ଆଗେଇ ଚାଲିଛି ବାତ୍ୟା ମୋନ୍ଥା । ତେବେ ଏହାରି ଭିତରେ କଳିଙ୍ଗା ଘାଟି ରାସ୍ତା ମଧ୍ୟ ସିଲ କରିଛି ପ୍ରଶାସନ । କାରଣ ସାମୁଗ୍ରିକ ବାତ୍ୟା ମୋନ୍ଥା ପ୍ରବାବରେ  ପ୍ରବଳ ବର୍ଷା ଯୋଗୁଁ  ଭୁସ୍ଖଳନ ଆଶଙ୍କା କରି ରାସ୍ତାକୁ ସିଲ କରାଯାଇଛି । ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଭଞ୍ଜନଗର ପୋଲିସ ଏବଂ ପ୍ରଶାସନ ଦୁର୍ଗା ପ୍ରସାଦରେ ପହଞ୍ଚି କଳିଙ୍ଗା ଘାଟି ରାସ୍ତାକୁ ବ୍ୟାରିକେଡ ବାନ୍ଧି ସମ୍ପୁର୍ଣ୍ଣ ଭାବରେ ସିଲ କରିଛି । ଘାଟିରେ ଚାଲିଥିବା ନିର୍ମାଣ କାର୍ଯ୍ୟକୁ ବନ୍ଦ କରିବା ସହିତ ଘାଟି ଉପରକୁ ଯିବାକୁ ବାରଣ କରାଯାଇଛି । ସେପଟେ ଭୁସ୍ଖଳନ ଆଶଙ୍କା କରି ଭୟଭୀତ ଘାଟି ପାଖରେ ରହୁଥିବା ଲୋକମାନେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking