22.1 C
Bhubaneswar
Saturday, February 7, 2026
Homeଦେଶ ବିଦେଶପାକ୍ ପ୍ରଧାନମନ୍ତ୍ରୀଙ୍କ ପତ୍ତା ମିଳୁନି, ଦେଶରେ ଗୃହ ଯୁଦ୍ଧ ଆରମ୍ଭ !

ପାକ୍ ପ୍ରଧାନମନ୍ତ୍ରୀଙ୍କ ପତ୍ତା ମିଳୁନି, ଦେଶରେ ଗୃହ ଯୁଦ୍ଧ ଆରମ୍ଭ !

ନୂଆଦିଲ୍ଲୀ: ଭାରତର ଘନ ଘନ ଆକ୍ରମଣ ପରେ ପାକିସ୍ତାନ ଥରହର ହୋଇଛି। ସେନା ମୁଖ୍ୟ ଅସିମ ମୁନିର ସାମ୍ନାକୁ ଆସୁ ନ ଥିବାବେଳେ ଏବେ ପାକ୍‌ ପ୍ରଧାନମନ୍ତ୍ରୀଙ୍କ ପତ୍ତା ମିଳୁ ନାହିଁ। ପ୍ରଧାନମନ୍ତ୍ରୀ ଶେହଓ୍ବାଜ ସରିଫ କେଉଁଠି ରହିଛନ୍ତି ତାହା ଜଣାପଡ଼ି ନାହିଁ। ସରିଫଙ୍କ ସହିତ ଯୋଗାଯୋଗ ହୋଇପାରୁ ନ ଥିବା ଜଣାପଡ଼ିଛି। ତେବେ ସରିଫ ବଙ୍କରରେ ଆତ୍ମଗୋପନ କରିଥିବା କୁହାଯାଉଛି। ସେପଟେ ଦେଶରେ ଏକପ୍ରକାର ଗୃହଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ସେନାରେ ବିଦ୍ରୋହ ଦେଖାଦେଇଥିବାବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଜେଲରୁ ମୁକୁଳାଇବାକୁ ଦାବି ହୋଇଛି। ଇମ୍ରାନଙ୍କ ସମର୍ଥକମାନେ ରାସ୍ତାକୁ ଓହ୍ବାଇ ତାଙ୍କୁ ମୁକ୍ତ କରିବାକୁ ଦାବି କରିଛନ୍ତି। ପାକ୍ ସରକାର ଦୁର୍ବଳ ହୋଇପଡ଼ିଥିବାବେଳେ ଇମ୍ରାନଙ୍କୁ ଜେଲରୁ ମୁକୁଳାଇବା ଲାଗି ସମର୍ଥକମାନଙ୍କ ପାଇଁ ଏହା ଏକ ସୁଯୋଗ ବୋଲି କୁହାଯାଉଛି। ଇମ୍ରାନଙ୍କ ସମର୍ଥକମାନଙ୍କ ଆନ୍ଦୋଳନ ଧୀରେ ଧୀରେ ଉଗ୍ର ରୂପ ନେବାର ସମ୍ଭାବନା ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking