26.1 C
Bhubaneswar
Monday, March 31, 2025
Homeଓଡିଶା ପବିତ୍ର ଗୃହରେ ବିରୋଧୀଙ୍କ କାର୍ଯ୍ୟ ନିନ୍ଦନୀୟ : ସୁରେଶ

 ପବିତ୍ର ଗୃହରେ ବିରୋଧୀଙ୍କ କାର୍ଯ୍ୟ ନିନ୍ଦନୀୟ : ସୁରେଶ

ଭୁବନେଶ୍ୱର : ବିଧାନସଭା କନଫେରେନ୍ସ ହଲରୁ ବିଜେପି ପ୍ରେସମିଟ କରିଛି । ବିରୋଧୀଙ୍କ ଆଚରଣ ଓ ଉଚ୍ଚାରଣ ନେଇ ସୁରେଶ ପୂଜାରୀ କ୍ଷୋଭ ପ୍ରକାଶ କରିଛନ୍ତି । ପ୍ରେସମିଟରେ ଆଲୋଚନା ପାଇଁ ଆହ୍ୱାନ କଲେ ସୁରେଶ ପୂଜାରୀ । ନାରୀ ନିଯ୍ୟାତନା ପ୍ରସଙ୍ଗରେ ଆଲୋଚନା ହେବା ଦରକାର । ଆଲୋଚନା କଲେ ଲୋକଙ୍କ ସମସୟା ସମାଧାନ ହୁଏ । ଲୋକମାନେ ସୁଯୋଗ ଦେଇଛନ୍ତି । କ୍ଷମତା ଦୁରୁପୋଯୋଗ କରନ୍ତୁନି । ବାଜିମାତ କରୁଥିବା ଦଳ ଆଜି ଅସ୍ତିତ୍ୱ ହରାଇବାକୁ ବସିଲାଣି । ଏଭଳି ଆଚରଣ ପାଇଁ ସିଙ୍ଗଲ ଡିଜିଟକୁ ଖସି ନଆସନ୍ତୁ । କାଯ୍ୟରେ ବାଧଆ ନଦେବାକୁ ବିରୋଧୀଙ୍କୁପ ନିବେଦନ କରିଛନ୍ତି ସୁରେଶ ପୂଜାରୀ । କହିଛନ୍ତି , ବିରୋଧୀ ପ୍ରତିବାଦ ନାଁରେ ମଯ୍ୟାଦା ହାନୀ କରୁଛନ୍ତି । ବାଚସ୍ପତିଙ୍କ ପୋଡିୟମ ଚଢି ଘଣ୍ଟ ବଜାଇବା ଅଶୋଭନୀୟ । ପବିତ୍ର ଗୃହରେ ବିରୋଧୀଙ୍କ କାଯ୍ୟ ନିନ୍ଦନୀୟ । ୩ ଥର ସର୍ୱଦଳୀୟ ବୈଠକ ପରେ ବି ସମାଧାନ ହେଉନି । ଅଶୋଭନୀୟ କାଯ୍ୟ ପାଇଁ ଗୃହର ସମୟ ନଷ୍ଟ ହେଉଛି । ୧୮ଟି କାଯ୍ୟ ଦିବସରୁ ୩୧ ଘଣ୍ଟା ବି ଆଲୋଚନା ହୋଇନି । ବିଧାନସଭାରେ ବସିବା ପାଇଁ ଟଙ୍କା ପାଉଛନ୍ତି ବିଧାୟକ । ଅନ୍ୟ ଅଧିକାରୀମାନେ ମଧ୍ୟ ଦରମା ପାଉଛନ୍ତି । ଲୋକଙ୍କ ଟିକସରେ ଗୃହ ଚାଲିଛି । କିନ୍ତୁ ଲୋକଙ୍କ ସମସ୍ୟା ଆଲୋଚନା ହେଉନି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking