18.1 C
Bhubaneswar
Thursday, February 5, 2026
Homeଦେଶ ବିଦେଶଅଭିଯୁକ୍ତର ହେବ ଲାଏ ଡିଟେକ୍‌ସନ୍ ଟେଷ୍ଟ

ଅଭିଯୁକ୍ତର ହେବ ଲାଏ ଡିଟେକ୍‌ସନ୍ ଟେଷ୍ଟ

କୋଲକାତା: ଦୁଷ୍କର୍ମ ପରେ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସଞ୍ଜୟ ରୟର ହେବ ଲାଏ ଡିଟେକସନ୍ ଟେଷ୍ଟ (ମିଛଧରା ପରୀକ୍ଷା) । ଘଟଣାର ତଦନ୍ତ କରୁଥିବା ସିବିଆଇ ପକ୍ଷରୁ ସଞ୍ଜୟ ରୟର ଲାଏ ଡିଟେକସନ୍ ଟେଷ୍ଟ ପାଇଁ ଅନୁମତି ଲୋଡାଯାଇଥିବା ବେଳେ କୋଲକାତାର ଏକ କୋର୍ଟ ଏନେଇ ଅନୁମତି ଦେଇଛନ୍ତି । ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା କରିବା ପରେ ସେ ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିଥିଲା । ଏପରିକି ଘଟଣା ସ୍ଥଳରେ ପଡ଼ିଥିବା ରକ୍ତ ଛିଟାକୁ ପୋଛିଥିଲା । ଭୋର ପ୍ରାୟ ୪.୪୫ରେ ସେ ସେମିନାର ରୁମରୁ ବାହାରି ଚାଲିଯାଇଥିଲା । ତେବେ ସିସିଟିଭି ଫୁଟେଜ ଆଧାରରେ ପୁଲିସ୍ ତାକୁ ଗିରଫ କରିଛି । ଘଟଣାକୁ ନେଇ ପୂରା ଦେଶରେ ତୀବ୍ର ଉତ୍ତେଜନା ତଥା ବିକ୍ଷୋଭ ଜାରି ରହିଥିବା ବେଳେ ସବୁଆଡୁ ଦୋଷୀକୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ଦାବି ଜୋର ଧରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking