31.1 C
Bhubaneswar
Wednesday, March 25, 2026
Homeଓଡିଶାଥାନାରୁ ଅଭିଯୁକ୍ତ ଫେରାର, ଦୁଇ ପୋଲିସ କର୍ମଚାରୀ ନିଲମ୍ବିତ

ଥାନାରୁ ଅଭିଯୁକ୍ତ ଫେରାର, ଦୁଇ ପୋଲିସ କର୍ମଚାରୀ ନିଲମ୍ବିତ

ଭାପୁର : ଆକ୍ସନ ମୋଡ଼ରେ ନୟାଗଡ଼ ଜିଲ୍ଲାର ନୂତନ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ୍ ସୁଶ୍ରୀ । କର୍ତ୍ତବ୍ୟରେ ଅବହେଳା ପାଇଁ ଫତେଗଡ଼ ଥାନାର ଦୁଇ ପୋଲିସ ସସ୍‌ପେଣ୍ଡ । ପିଏସଆଇ ସୁଚିତ୍ର ବେହେରା, କନଷ୍ଟେବଲ୍‌ ମୂଳିଚରଣ ନାୟକ ସସ୍‌ପେଣ୍ଡ୍। ସୂଚନା ମୁତାବକ, ଦୁଇ ଦିନ ତଳେ ପଦ୍ମାବତୀ ପଞ୍ଚାୟତ ଝଗଡପଡା ଗ୍ରାମର ଜଣେ ଅଭିଯୁକ୍ତ ଥାନାରୁ ଚମ୍ପଟ୍‌ ମାରିବା ଘଟଣାରେ ଏସିପି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଘଟଣାରୁ ପ୍ରକାଶ ଝଗଡପଡା ଗ୍ରାମର ରମେଶ ପ୍ରଧାନ ଜଣେ ନାବାଳିକା ଝିଅକୁ ଅସଦାଚରଣ ନେଇ ଅଭିଯୋଗ ହୋଇଥିଲା। ଅଭିଯୁକ୍ତ ରମେଶକୁ ଥାନାକୁ ଆଣି ଅଟକ ରଖିଥିବା ବେଳେ ରମେଶ କୈଶଳ କ୍ରମେ ଖସି ଯାଇଥିଲେ। ଦାୟିତ୍ଵରେ ଥିବା ଦୁଇ ପୋଲିସ କର୍ମଚାରୀ ସୁଚିତ୍ର ବେହେରା, କନଷ୍ଟେବଲ୍‌ ମୂଳିଚରଣ ନାୟକଙ୍କୁ ଏସିପି ନିଲମ୍ବିତ କରିଥିବା ଖଣ୍ଡପଡ଼ା ଏସଡିପିଓ ବିମଳ କୁମାର ବାରିକଙ୍କ ଠାରୁ ସୂଚନା ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking