27.2 C
Bhubaneswar
Sunday, April 6, 2025
Homeଓଡିଶାଆଜିଠୁ ଯୁକ୍ତ ଦୁଇର ଖାତାଦେଖା ଆରମ୍ଭ

ଆଜିଠୁ ଯୁକ୍ତ ଦୁଇର ଖାତାଦେଖା ଆରମ୍ଭ

ଭୁବନେଶ୍ୱର: ଆଜିଠୁ ଯୁକ୍ତ ଦୁଇର ଖାତାଦେଖା । ଏଥିପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଶଦ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଖରାକୁ ଆଖିରେ ରଖି ଦୁଇଟି ସିଫ୍ଟରେ ଖାତା ଦେଖାଯିବ । ପ୍ରଥମ ସିଫ୍ଟ ସକାଳ ସାଢେ ୭ଟାରୁ ୧୨ଟା ୩୦ ଏବଂ  ଦ୍ୱିତୀୟ  ସିଫ୍ଟ ୧.୩୦ରୁ ୬.୩୦ ଯାଏଁ ଚାଲିବ । ଖାତା ଦେଖାରେ ମୋଟ ୧୬ ହଜାର ଅଧ୍ୟାପକ ସାମିଲ ହୋଇଛନ୍ତି ।  ପତ୍ୟେକ ଦିନ ୫୦ ମାର୍କର ୨୦ଟି ଏବଂ ୮୦ ମାର୍କର ୩୦ଟି ଖାତା ଦେଖାଯିବ । ସବୁଠୁ ବଡ କଥାଯେ, ଏଥର ଏକାଥରେ କଳା ,ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦା ମୂଳକ ଶିକ୍ଷା ସହ କରେସପୋଣ୍ଡିଙ୍ଗ ପରୀକ୍ଷା ଫଳ ଆସନ୍ତା ମେ ୧୫ ତାରିଖ ସୁଦ୍ଧା ପ୍ରକାଶ ପାଇବ । ପ୍ରାକ୍ଟିକାଲ ମାର୍କ ଆଗୁଆ ହସ୍ତଗତ ହୋଇସାରିଛି । ସେହିପରି ମାଲପ୍ରାର୍କ୍ସ ହୋଇଥିବା ପରୀକ୍ଷାର୍ଥୀମାନେ ନିଜ ତ୍ରୁଟି ସମ୍ବନ୍ଧୀୟ ଉପରେ ଆଗୁଆ ମାଧ୍ୟମିକ ଶିକ୍ଷାପରିଶଦକୁ ଅବଗତ କରିବା ପାଇଁ ସୁଯୋଗ ଦିଆଯାଇଛି । ଚଳିତ ବର୍ଷ ମୋଟ ୩ ଲକ୍ଷ ୯୩ ହଜାର ୬୧୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking