32.1 C
Bhubaneswar
Saturday, March 28, 2026
Homeଓଡିଶା୯ମ ରାଜ୍ୟସ୍ତରୀୟ କଳିଙ୍ଗନଗର ପୁସ୍ତକ ମେଳା ଉଦଘାଟିତ

୯ମ ରାଜ୍ୟସ୍ତରୀୟ କଳିଙ୍ଗନଗର ପୁସ୍ତକ ମେଳା ଉଦଘାଟିତ

ଯାଜପୁର: ବ୍ୟାସନଗର ପୌର ପରିଷଦ ଅନ୍ତର୍ଗତ ଚୋରଦା କାଳୀ ମେଲଣ ପଡିଆ ଠାରେ ୯ ମ ରାଜ୍ୟସ୍ତରୀୟ କଳିଙ୍ଗନଗର ପୁସ୍ତକ ମେଳା ମଙ୍ଗଳବାର ଉଦଘାଟିତ ହୋଇଯାଇଛି | ପୁସ୍ତକ ମେଳା କମିଟିର ଅଧକ୍ଷ ତଥା କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସପନ କୁମାର ନନ୍ଦ ମୁଖ୍ୟ ଅତିଥିଭାବେ ଯୋଗଦେଇ ଅନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ବଳନ କରି ମେଳାକୁ ଉଦଘାଟନ କରିଥିଲେ | ପୁସ୍ତକ ମେଳା କମିଟିର ସଭାପତି ବିଦ୍ୟାଧର ମହାନ୍ତିଙ୍କ ଅଧକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ସାଧାରଣ ସମ୍ପାଦକ ଡ଼ କୁଶଚନ୍ଦ୍ର ପ୍ରଧାନ ବାର୍ଷିକ ବିବରଣୀ ପାଠ କରିଥିଲେ | ସଭା ପ୍ରାରମ୍ଭରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡ଼ ମନମୋହନ ସିଂ ଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା | ରାଷ୍ଟ୍ରୀୟ ଶୋକ ପାଳନ କରାଯାଉଥିବାରୁ ଆଜିର ସାଂସ୍କୃତିକ କାର୍ଯ୍ୟକ୍ରମକୁ ବାତିଲ କରାଯାଇଥିଲା | ଉକ୍ତ କାର୍ଯ୍ୟକ୍ରମରେ ପୁସ୍ତକ ମେଳା କମିଟିର ମୁଖ୍ୟ ଉପଦେଷ୍ଟା ସବିତା ରାଉତ, କାର୍ଯ୍ୟକାରୀ ସଭାପତି ବିବେକାନନ୍ଦ ମହାନ୍ତି,ଉପଦେଷ୍ଟା ଅଭିମନ୍ୟୁ ମିଶ୍ର, ଉପସଭାପତି ହୃଷିକେଶ ସାହୁ, ସମ୍ପାଦକ ପବିତ୍ର ରଞ୍ଜନ ମହାନ୍ତି, ଅକ୍ଷୟ କୁମାର ଦେଓ, ଅଜୟ କୁମାର ପଣ୍ଡା, ବରିଷ୍ଠ ସଭ୍ୟ ଚନ୍ଦ୍ରମଣି ସାମଲ, ମଧୁସୂଦନ ମହାପାତ୍ର, ବରିଷ୍ଠ ସାମ୍ବାଦିକ ସଂଗ୍ରାମ ସିଂ, ଚଣ୍ଡୀ କ୍ଲବର ସଭାପତି ପ୍ରମୋଦ ରାଉତ, ସମ୍ପାଦକ ଶିଶିର ରାଉତ, ସାମ୍ବାଦିକ ପ୍ରଦ୍ୟୁମ୍ନ ବୋଇତାଇ, ଅଧକ୍ଷ ହିମାଂଶୁ ଦିବେଦୀ, ଅଧ୍ୟାପକ ବିବେକାନନ୍ଦ ଜେନା, ଜ୍ଞାନରଞ୍ଜନ ରାଉତ, ଧୀରେନ୍ଦ୍ର କୁମାର ସାହୁ, ଅଶ୍ୱିନୀ କୁମାର ଦାସ, ରାଜୀବ ଲୋଚନ ରାଉତ, ପଦ୍ମାକର ଗୁରୁ, ସୌମେନ୍ଦ୍ର ଜେନା,ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ, ସନାତନ ଦାସ. ଇଂ ଶଶଧର ଦାସ. ପ୍ରଶାନ୍ତ କୁମାର ପାତ୍ର. ମମତା ସାମଲ. ପ୍ରମୁଖ ଯୋଗଦେଇଥିଲେ | କାର୍ଯ୍ୟକ୍ରମ ଆରମ୍ଭରେ ନାଟ୍ୟକାର ବିକାଶ ଦାସ ଏବଂ ସାଥୀ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିଥିଲେ | ଶେଷରେ ଉପସଭାପତି ଡ଼ ଅକ୍ଷୟ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ |

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking