ଭୁବନେଶ୍ୱର: ୫ ବର୍ଷଧରି ଇକୋ ରିଟ୍ରିଟ କରି ସଫଳତା ସାଉଁଟିବା ସହିତ ୬ଷ୍ଠ ଥର ପାଇଁ ପୁରୀ-କୋଣାର୍କ ବେଳାମାର୍ଗ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ ମୁହାଁଣ ନିକଟରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ପୁଣି ଆୟୋଜିତ ହୋଇଛି ଇକୋ-ରି ଟ୍ରିଟ। ଏହା ଡିସେମ୍ବର ୧୩ରୁ ଆରମ୍ଭ ହୋଇ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ୯୦ ଦିନ ଧରି ଅନୁଷ୍ଠିତ ହେବ । ଶୁକ୍ରବାର ଡିସେମ୍ବର ୧୩ ତାରିଖରେ ଅପରାହ୍ନରେ ମୁଖ୍ୟ ଅତିଥିଭାବେ ଉପ ମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଇକୋ ରିଟ୍ରିଟ ଉତ୍ସବକୁ ବିଧିବଦ୍ଧ ଭାବେ ଉଦ୍ଘାଟନ କରିଥିଲେ । ତେବେ ବୋହୁ ବିଧାୟକ ମାନେ ମଧ୍ୟ ଉଦଘାଟନୀରେ ଯୋଗ ଦେଇଥିଲେ । ଭାରତବର୍ଷରେ ଓଡ଼ିଶାର ପର୍ଯ୍ୟଟନ ବିଭାଗ ପକ୍ଷରୁ କରାଯାଉଥିବା ପରିବେଶଭିତ୍ତିକ ଏହି ଇକୋ-ରି ଟ୍ରି ଟ ସୁନାମ ଅର୍ଜନ କରିବା ସହିତ ସଫଳତା ହାସଲ କିପରି କରି ପାରିଛି ତାହାର ବିସ୍ତୃତ ତଥ୍ୟ ଉପସ୍ଥାପନ କରିବା ସହିତ ଭାରତବର୍ଷରେ ଓଡ଼ିଶା ଇକୋ-ରି ଟ୍ରିଟକୁ ନେଇ ପର୍ଯ୍ୟଟନ କ୍ଷେତ୍ରରେ ଏକ ମଡେଲ ଭାବେ ଅନ୍ୟ ରାଜ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି ବୋଲି କହିବା ସହିତ କେନ୍ଦ୍ର ପର୍ଯ୍ୟଟନ ବିଭାଗ ପକ୍ଷରୁ ପର୍ଯ୍ୟଟନ ମାନଚିତ୍ରରେ ଏହି ଇକୋ-ରିଟ୍ରିଟ ପରିବେଶତ୍ଭିତିକ ବ୍ୟବସ୍ଥା ପାଇଁ ୪.୫ ରେଟିଙ୍ଗି ଲାଭ କରିପାରିଛି।