22.1 C
Bhubaneswar
Friday, February 6, 2026
Homeଓଡିଶାବ୍ଯାସନଗରର ସ୍ବୟଂଶାସିତ ମହାବିଦ୍ୟାଳୟର ୫୪ତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ

ବ୍ଯାସନଗରର ସ୍ବୟଂଶାସିତ ମହାବିଦ୍ୟାଳୟର ୫୪ତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ

ଯାଜପୁର: ଗୁରୁବାର ବ୍ଯାସନଗରର ସ୍ବୟଂ ଶାସିତ ମହାବିଦ୍ୟାଳୟ ର ୫୪ତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ ହୋଇଯାଇଅଛି। ଆଜି ର ଉଦ୍ ଯାପନ ଉତ୍ସବ ରେ ମୁଖ୍ୟ ଅତିଥି ରୂପେ କଳିଙ୍ଗନଗର ର ଭୂଅର୍ଜନ ଅଧିକାରିଣୀ ଶୁଶ୍ରୀ ନମ୍ରତା ମୋଦୀ ଯୋଗ ଦେଇ କ୍ରୀଡ଼ା ପ୍ରତିଯୋଗିତାର ବିଭିନ୍ନ ବିଭାଗରେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଲାଭ କରିଥିବା କୃତି ପ୍ରତିଯୋଗୀମାନଙ୍କୁ ପ୍ରମାଣପତ୍ର ଓ ମେଡାଲ୍ ଦେଇ ସମ୍ମାନିତ କରିଥିଲେ। +୨ ବାଳକ ବିଭାଗ ରେ କାୟେରା ତିରିଆ, ବାଳିକା ବିଭାଗ ରେ ମୋନିକା ପୂର୍ତ୍ତି, + ୩ ବାଳିକା ବିଭାଗ ରେ ସନ୍ଧ୍ୟା ରାଣୀ ତିରିଆ ଓ ବାଳକ ବିଭାଗ ରେ ସୁଭାଶିଷ ଆଏଚ ଚମ୍ପିୟାନ ହୋଇ ମୁଖ୍ୟ ଅତିଥି ଙ୍କ ଠାରୁ ଚମ୍ପିୟାନ ଟ୍ରଫି ଗ୍ରହଣ କରିଥିଲେ। ଉଭୟ+୨ ଓ +୩ ବିଭାଗ ରେ ସମୁଦାୟ ୧୯୬ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ଥିବା ବେଳେ ସେଥିମଧ୍ୟରୁ ବିଭିନ୍ନ ବିଭାଗ ଯଥା ୧୦୦,୨୦୦,୪୦୦,୮୦୦ ଓ ୧୫୦୦ ମିଟର ଦୈଡ, ଲମ୍ବ ଡିଆଁ, ଉଚ୍ଚ ଡିଆଁ, ଟ୍ରିପଲ୍ ଜମ୍ପ, ଡିସ୍ କସ୍ ଥ୍ରୋ, ସର୍ଟ ଫୁଟ୍ ଥ୍ରୋ ଓ ଜାଭେଲିନ ଥ୍ରୋ ଆଦି ୪୦ ଟି ବିଭାଗ ରେ ୧୨୦ ଜଣ କୃତି ପ୍ରତିଯୋଗୀ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ମେଡାଲ ଲାଭ କରିଥିଲେ। ଆଜିର କ୍ରୀଡ଼ା ଉଦ୍ ଯାପନ ଉତ୍ସବରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ଯୁକ୍ତ ହିମାଂଶୁ ଶେଖର ଦ୍ବିବେଦୀ ସଭାପତିତ୍ବ କରିଥିଲା ବେଳେ କ୍ରୀଡ଼ା ବିଭାଗ ର ଉପସଭାପତି ଏନ୍ ସି ସି ଅଫିସର କ୍ଯାପ୍ଟେନ୍ ପୂର୍ଣ ଚନ୍ଦ୍ର ସ୍ଵାଇଁ ଅତିଥି ପରିଚୟ ପ୍ରଦାନ କରିଥିଲେ। କ୍ରୀଡ଼ା ଶିକ୍ଷକ ଶ୍ରୀ ଯୁକ୍ତ ନିରଞ୍ଜନ ପୃଷ୍ଟି ଓ ପ୍ରାଧ୍ୟାପକ ଶ୍ରୀ ଯୁକ୍ତ ଅମୂଲ୍ୟ କୃଷ୍ଣ ପାଢ଼ୀ ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ସୁଚାରୁରୂପେ ସମ୍ପାଦନ କରିଥିଲେ। ଗଣିତ ବିଭାଗ ର ଅଧ୍ୟାପକ ଡ଼ଃ ରଞ୍ଜନ କୁମାର ସାହୁ ଧନ୍ୟବାଦ ଦେଇଥିଲେ। ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ କୁ ପରିଚାଳନା କରିବାରେ କ୍ରୀଡ଼ା ଶିକ୍ଷକ ନିରଞ୍ଜନ ପୃଷ୍ଟି, ସଞ୍ଜୟ ଦାଶ, ରମେଶ ଦାଶ, ତପସ୍ଵିନୀ ଦାଶ, ଅଧ୍ୟାପକ ଜୀବନ ବନ୍ଧୁ ଦାଶ, ଜଗବନ୍ଧୁ ସାହୁ, ପ୍ରଦୋଷ ରଞ୍ଜନ ରାୟ,ଅଧ୍ୟାପିକା ସୁଭାଷିନୀ ମିଶ୍ର, କ୍ରୀଷ୍ଣା ବିତ୍ ରାଉତ, ଡଃ ପ୍ରଜ୍ଞା ପ୍ରବର୍ତ୍ତିକା ଦାଶ, ବିବେକାନନ୍ଦ ଜେନା, ପ୍ରାଧ୍ୟାପକ ଅକ୍ଷୟ କୁମାର ମହାନ୍ତି,ବଵ୍ରୁବାହନ ଜେନା, ଗୈାରାଙ୍ଗ ଚରଣ ମଲ୍ଲିକ, ପ୍ରଶାନ୍ତ କୁମାର ସାହୁ,ପ୍ରଭାତ କୁମାର ସ୍ୱାଇଁ,ଅଜୟ କୁମାର ମହାକୁଡ଼, ସନ୍ତୋଷ ରଥ, ପ୍ରାଧ୍ଯାପିକା ଦିପ୍ତିମୟୀ ଦାଶ ଓ ସୁଜାତା ଓତା, ଏସ୍ ୟୁ ଓ ବିଶ୍ବନାଥ ଦଳାଇ ଓ ଆଲୋକ ବେହେରା ପ୍ରମୁଖ ସହଯୋଗ କରିଥିଲେ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking