26.1 C
Bhubaneswar
Thursday, September 19, 2024
Homeଦେଶ ବିଦେଶଭୁଶୁଡ଼ି ପଡ଼ିଲା ୪୦୦ ବର୍ଷ ପୁରୁଣା ଦୁର୍ଗ ପାଚେରୀ, ପରିବାରର ୭ ମୃତ

ଭୁଶୁଡ଼ି ପଡ଼ିଲା ୪୦୦ ବର୍ଷ ପୁରୁଣା ଦୁର୍ଗ ପାଚେରୀ, ପରିବାରର ୭ ମୃତ

ଭୋପାଳ : ମଧ୍ୟପ୍ରଦେଶର ଦାତିଆ ଜିଲ୍ଲାରେ ଏକ ବଡ଼ ଅଘଟଣ ଘଟି ଗୋଟିଏ ପରିବାରର ୭ ସଦସ୍ୟଙ୍କ ଅକାଳ ମୃତ୍ୟୁ ହୋଇଥିବା ସମ୍ବାଦ ସାମ୍ନାକୁ ଆସିଛି । ଏଠାରେ ଥିବା ଏକ ୪୦୦ ବର୍ଷ ପୁରୁଣା ଦୁର୍ଗର ପାଚେରୀ ହଠାତ୍ ଭୁଶୁଡ଼ି ପଡିଥିଲା । ଫଳରେ ପାଚେରୀକୁ ଲାଗି ଏକ କୁଡିଆ ଘର କରି ରହୁଥିବା ଗୋଟିଏ ପରିବାରର ୭ ସଦସ୍ୟ ଭଙ୍ଗା ପାଚେରୀ ତଳେ ଦବି ଯାଇଥିଲେ । ପରବର୍ତ୍ତୀ ସମୟରେ ସେମାନଙ୍କୁ ଉଦ୍ଧାର କରାଯିବା ସମୟରେ ଧ୍ୱଂସାବଶେଷ ତଳୁ ସେମାନଙ୍କ ମୃତଦେହ ମିଳିଛି । ତେବେ ପରିବାରର ଅନ୍ୟ ୨ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୂରା ଘଟଣା ଆଜି ଭୋର ୩.୩୦ରେ ଘଟିଥିଲା । ଦୀର୍ଘ ୭ ଘଣ୍ଟା କାଳ ଉଦ୍ଧାରକାରୀ ଟିମ ଅକ୍ଲାନ୍ତ ପରିଶ୍ରମ କରି ଧ୍ୱଂସାବଶେଷ ତଳୁ ମଧ୍ୟାହ୍ନ ସୁଦ୍ଧା ୭ ଜଣଙ୍କ ମୃତଦେହ ଉଦ୍ଧାର କରିବାରେ ସଫଳ ହୋଇଥିଲେ । ଦତିଆ ବିଧାୟକ ରାଜେନ୍ଦ୍ର ଭାରିତୀ ଜିଲ୍ଲା ପ୍ରଶାସନକୁ ସମାଲୋଚନା କରିବା ସହ ମୃତକଙ୍କ ପରିବାର ପାଇଁ ୫ ଲକ୍ଷ ଓ ଆହତଙ୍କ ପାଇଁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ତୁରନ୍ତ ରିଲିଜ୍ କରିବାକୁ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking