17.1 C
Bhubaneswar
Saturday, February 14, 2026
Homeଓଡିଶାସ୍ବର ସ୍ଵାକ୍ଷର ଯାଜପୁରର ୩୮ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ସ୍ବର ସ୍ଵାକ୍ଷର ଯାଜପୁରର ୩୮ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଯାଜପୁର: ଯାଜପୁର ଜିଲାପରିଷଦ ସମ୍ମିଳନୀ କକ୍ଷରେ ସ୍ବର ସ୍ଵାକ୍ଷର ଯାଜପୁରର ୩୮ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସାହିତ୍ୟିକ ଶ୍ରୀହରି ଧଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଝଙ୍କାରର ସମ୍ପାଦକ ସରୋଜ ରଞ୍ଜନ ମହାନ୍ତି ନାଟ୍ୟକାର ଡ଼ ବିଜୟ କୁମାର ଶତପଥୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ। ଏହି ଅବସରରେ ସମ୍ମାନିତ ଅତିଥି ଭାବେ ବରୁଣେଶ୍ୱର ମହାବିଦ୍ୟାଳୟ ପ୍ରାକ୍ତନ ଅଧକ୍ଷ୍ୟ ଡ ବଟକୃଷ୍ଣ ମହାପାତ୍ର, ସାହିତ୍ୟିକ ପ୍ରଭାତ କୁମାର ମଲ୍ଲିକ, ସାହିତ୍ୟିକ ଘନ ପରିଡା, ସ୍ୱର ସ୍ଵାକ୍ଷର ରସମ୍ପାଦକ ନାରାୟଣ କୁମାର ଦାସ ପ୍ରମୁଖ ଯୋଗ ଦେଇ ଆଜିର ସମାଜ ରେ ସାହିତ୍ୟ ର ଭୂମିକା ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ବାର୍ଷିକ ଉତ୍ସବ ର ପ୍ରଥମ ଅଧିବେଶନରେ ସ୍ୱରଚିତ କବିତା ପାଠଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ଯାଜପୁର ସମେତ ବିଭିନ୍ନଜିଲ୍ଲାର ଶତାଧିକ କବି ମାନେ ଯୋଗ ଦେଇଥିଲେ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking