21.1 C
Bhubaneswar
Sunday, December 21, 2025
Homeଓଡିଶା୧୯୭୮ ବ୍ୟାଚ୍‌ର ବନ୍ଧୁମିଳନ

୧୯୭୮ ବ୍ୟାଚ୍‌ର ବନ୍ଧୁମିଳନ

ଜଗତସିଂପୁର: ଜାହାନପୁରରେ ୧୯୭୮ ମସିହା ଛାତ୍ରଛାତ୍ରୀମାନଙ୍କର ଏକ ବନ୍ଧୁ ମିଳନ ଏବଂ ଗୁରୁ ପୂଜନ ଉତ୍ସବ ସ୍ଥାନୀୟ ସୋମନାଥ ବିଦ୍ୟାପୀଠଠାରେ ଅନୁଷ୍ଠିତ ହୋଇଯାଇଅଛି । ପୂର୍ବତନ ପ୍ରଧାନ ଶିକ୍ଷକ ତଥା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶ୍ରୀଯୁକ୍ତ ଲିଙ୍ଗରାଜ ମିଶ୍ର, ପ୍ରାକ୍ତନ ଶିକ୍ଷକ ପ୍ରଫୁଲ କୁମାର ପଟ୍ଟନାୟକ, ଶ୍ରୀଯୁକ୍ତ ନିର୍ମଳଚନ୍ଦ୍ର ଜେନା, ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ନନ୍ଦ, ଶ୍ରୀଯୁକ୍ତ ବିଷ୍ଣୁଚରଣ ଜେନା, ଶ୍ରୀଯୁକ୍ତ ବିଷ୍ଣୁ କୃଷ୍ଣ ନନ୍ଦ, ଶ୍ରୀଯୁକ୍ତ ନାରାୟଣ ଚନ୍ଦ୍ର ଜେନା, ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର ବେହେରା ଏହି ଗୁରୁ ପୂଜନ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ୧୯୭୮ ବ୍ୟାଚ୍ ଛାତ୍ରଛାତ୍ରୀମାନଙ୍କୁ ଆଶୀର୍ବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ଏହି ବ୍ୟାଚ୍ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଛାତ୍ରଛାତ୍ରୀମାନେ ଅତୀତର ସ୍ମୃତି ଚାରଣ କରିବା ସଙ୍ଗେ ସଙ୍ଗେ ଗୁରୁଜନମାନଙ୍କର ଆଶୀର୍ବାଦ କାମନା କରିଥିଲେ । ଏହି ସଭାରେ ଶ୍ରୀଯୁକ୍ତ ପ୍ରେମାନନ୍ଦ ନାୟକ ସଭାପତିତ୍ୱ କରିଥିଲେ । ୧୯୭୮ ବ୍ୟାଚ୍ ତରଫରୁ ମୋ ସ୍କୁଲ ଅଭିଯାନ ଅନୁଯାୟୀ ବର୍ତ୍ତମାନର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ନିର୍ମଳ କୁମାର ଜେନାଙ୍କୁ ୧୦ ହଜାର ଟଙ୍କାର ଅର୍ଥରାଶ ବିିଦ୍ୟାଳୟର ଉନ୍ନତି ନିମନ୍ତେ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଶ୍ରୀଯୁକ୍ତ ରାମଚନ୍ଦ୍ର ମହାପାତ୍ର, ଶ୍ରୀଯୁକ୍ତ କାର୍ତ୍ତିକ ଚନ୍ଦ୍ର ସ୍ୱାଇଁ, ଶ୍ରୀଯୁକ୍ତ କାମଦେବ ସାହୁ, ନିରୂପମା ବେହେରା, ସନ୍ଧ୍ୟା ଜେନା, ମନୋରମା ଭୂୟା, ସଞ୍ଜୁ ଜେନାଙ୍କ ସହ ଏଥିରେ ପୁରାତନ ଛାତ୍ରଛାତ୍ରୀ, ବର୍ତ୍ତମାନର ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ଦିବ୍ୟଙ୍ଗତ ଶିକ୍ଷକ ଓ ସହପାଠୀମାନଙ୍କ ଉଦ୍ଦେଶ୍ୟରେ ୧ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking