27.1 C
Bhubaneswar
Saturday, September 28, 2024
Homeଓଡିଶାବିରଜାଙ୍କ ପୀଠରେ ଆରମ୍ଭ ହୋଇଛି ଷୋଡଶ ଉପଚାର ପୂଜା

ବିରଜାଙ୍କ ପୀଠରେ ଆରମ୍ଭ ହୋଇଛି ଷୋଡଶ ଉପଚାର ପୂଜା

ଯାଜପୁର : ମାଙ୍କ ଆଗମନି ପାଇଁ ଚାଲିଛି ପ୍ରସ୍ତୁତି । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ଆରମ୍ଭ ହୋଇଛି ଷୋଡଶ ଉପଚାର ପୂଜା । ଏହି ପୂଜା ଆଗାମୀ ୧୬ ଦିନ ଧରି ଲାଗି ରହିବ । ଆଶ୍ୱିନ ମାସ କୃଷ୍ଣାଷ୍ଟମୀ ଦ୍ୱିତୀବାହାନ ଓଷା ଠାରୁ ମାଙ୍କ ଷୋଡଶ ଦିବସୀୟ ପୂଜା ହେବାର ପରମ୍ପରା ରହିଛି । ମୁଖ୍ୟ ପୁରୋଧା ହିମାଂଶୁ ପତିମିଶ୍ରଙ୍କ ନେତୃତ୍ବ ରେ ଜ୍ଞାନ ରଞ୍ଜନ ପତିଙ୍କ ତତ୍ତ୍ଵାବଧାନରେ ସଂଧ୍ୟାରେ ବ୍ରହ୍ମାକୁଣ୍ଡରୁ ଜଳ ଅଣାଯାଇ ନବରତ୍ନ ବେଦୀରେ ଘଟ ସ୍ଥାପନ କରାଯାଇଥିଲା । ଏହା ପରେ ବୈତରଣୀ ନଦୀର ଦଶାଶ୍ୱମେଧ ଘାଟରୁ ଜଳ ଅଣାଯାଇ ମାଙ୍କୁ ସ୍ନାନ କରାଯାଇ ନୂତନ ବସ୍ତ୍ର ପରିଧାନ କରାଯାଇଥିଲା । ଆଜି ମାଆଙ୍କ ପୀଠରେ ମୋଟ ଦଶ ଗୋଟି କଳସ ସ୍ଥାପନର ଅନନ୍ୟ ପରମ୍ପରା ରହିଛି। ସେପଟେ ଶୁଭ ସୁନିଆଁ ଠାରୁ ଆରମ୍ଭ ହୋଇଥିବା ମାଙ୍କ ରଥ କାମ ଆଗେଇ ଚାଲିଛି । ଏହି ଷୋଡଶ ଦିବସୀୟ ପୂଜାକୁ ଶାନ୍ତିଶୃଙ୍ଖଳାରେ ଶେଷ କରିବାକୁ ମନ୍ଦୀର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking