29.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶଥମୁନି ଦିଲ୍ଲୀ ବାୟୁ ପ୍ରଦୂଷଣ: ଏକ୍ୟୁଆଇ ୫୦୦କୁ ବୃଦ୍ଧି 

ଥମୁନି ଦିଲ୍ଲୀ ବାୟୁ ପ୍ରଦୂଷଣ: ଏକ୍ୟୁଆଇ ୫୦୦କୁ ବୃଦ୍ଧି 

ନୂଆଦିଲ୍ଳୀ: ଦିଲ୍ଲୀରେ ବାୟୁ ପ୍ରଦୂଷଣର ମାତ୍ରା କମିବାର ନାଁ ଧରୁନାହିଁ। ମଙ୍ଗଳବାର ଦିନ ଧୁଆଁର ଏକ ସ୍ତର ଦିଲ୍ଲୀକୁ ଘେରି ରହିଥିଲା। ବାୟୁ ଗୁଣବତ୍ତା ସୂଚକା  ୪୯୪କୁ ବୃଦ୍ଧି ପାଇ ଦୃଶ୍ୟମାନତା ହ୍ରାସ କରିଥିଲା। ନୂଆଦିଲ୍ଲୀର ବାୟୁ ପ୍ରଦୂଷଣ ସ୍ତର ଅତି ଗୁରୁତର ସ୍ତରରେ ପହଂଚିଛି । କିଛି ସ୍ଥାନରେ ଏକ୍ୟୁଆଇ ରେକର୍ଡ ସ୍ତର ୫୦୦ ପାର କରିସାରିଲାଣି । ସ୍ଥିତିକୁ ନଜରରେ ରଖି ନୋଏଡା ଓ ଗୁରୁଗ୍ରାମ୍‌ରେ ଅନ୍‌ଲାଇନ୍ କ୍ଲାସ ପାଇଁ ନିଷ୍ପତ୍ତି ନିଆଯାଇଛି । ଦିଲ୍ଲୀ ୟୁନିଭର୍ସିଟି ଓ ଜେଏନ୍‌ୟୁରେ ମଧ୍ୟ ଅନ୍‌ଲାଇନ୍ କ୍ଲାସ କରାଯିବ । ଦିଲ୍ଲୀରୁ ପ୍ରଦୂଷଣକୁ ନଜରରେ ରଖି ସରକାରୀ କାର‌୍ୟ୍ୟାଳୟର ସମୟରେ ମଧ୍ୟ ପରିବର୍ତ୍ତନ କରାଯାଇଛି ।ଏମ୍‌ସିଡି କାର‌୍ୟ୍ୟାଳୟ ସକାଳ ୮ଟା ୩୦ରୁ ସଂଧ୍ୟା ୫ଟା ପର‌୍ୟ୍ୟନ୍ତ ଚାଲିବ । ଏହା ସହ ଦିଲ୍ଲୀ ସରକାରଙ୍କ ଅନ୍ୟ ସବୁ କାର‌୍ୟ୍ୟାଳୟ ସକାଳ ୧୦ଟାରୁ ସଂଧ୍ୟା ୬ଟା ୩୦ ପର‌୍ୟ୍ୟନ୍ତ ଖୋଲା ରହିବ। ପ୍ରଦୂଷଣକୁ ନଜରରେ ରଖି ସରକାରୀ କାର‌୍ୟ୍ୟାଳୟ ଅଲଗା ଅଲଗା ସମୟରେ ଖୋଲିବା ଓ ବନ୍ଦ କରିବା ପାଇଁ ନିଷ୍ପତ୍ତି ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking