27.1 C
Bhubaneswar
Monday, March 17, 2025
Homeଦେଶ ବିଦେଶନିଜ ଦଳର ନୂଆ ପତାକା ଉନ୍ମୋଚନ କଲେ ଥାଲାପତି ବିଜୟ  

ନିଜ ଦଳର ନୂଆ ପତାକା ଉନ୍ମୋଚନ କଲେ ଥାଲାପତି ବିଜୟ  

ଚେନ୍ନାଇ:  ଦକ୍ଷିଣଭାରତୀୟ ସିନେ ଜଗତର ଅନ୍ୟତମ ସୁପରଷ୍ଟାର, ମେଗାଷ୍ଟାର ଥାଲାପତି ବିଜୟ ଆଜି ବିଧିବଦ୍ଧ ଭାବେ ନିଜ ରାଜନୈତିକ ଦଳର ଶୁଭାରମ୍ଭ କରିଛନ୍ତି । ଅଭିନେତାରୁ ରାଜନେତା ପାଲଟିଥିବା ଏହି ୟଙ୍ଗ୍ ସେନ୍‌ସେନ୍‌ସନ୍ ଗୁରୁବାର ସକାଳେ ପାନାଇୟୁରସ୍ଥିତ ନବନିର୍ମିତ ଦଳୀୟ ମୁଖ୍ୟାଳୟ ଠାରେ ନିଜ ଦଳର ପତାକା ଉନ୍ମୋଚନ କରିଛନ୍ତି । ଦଳର ଅନ୍ୟ ପଦାଧିକାରୀଙ୍କ ଉପସ୍ଥିତିରେ ସେ ଏହାକୁ ଉନ୍ମୋଚନ କରିଛନ୍ତି । ପ୍ରକାଶ, ନିକଟରେ ବିଜୟ ଏକ ନୂଆ ଦଳ ଗଠନ କରିଥିଲେ, ଯାହାର ନାଁ ହେଉଛି ତାମିଲାଗା ଭେଟ୍ଟ୍ରି କାଝାଗମ୍ (ଟିଭିକେ) । ଗତ ଫେବୃୟାରୀରେ ବିଜୟ ଟିଭିକେ ପାର୍ଟି ନାମରେ ନିଜର ଏକ ରାଜନୈତିକ ଦଳ ଗଠନ କରିଥିଲେ । ଅଗଷ୍ଟ ୨୨ରେ ଦଳର ପତାକା ଉନ୍ମୋଚନ ହେବ ବୋଲି ପୂର୍ବରୁ ଘୋଷଣା କରିଥିଲେ । ଆଜିଠାରୁ ତାମିଲନାଡୁର ପରିସ୍ଥିତି ପୂର୍ବ ତୁଳନାରେ ଉନ୍ନତ ହେବ ବୋଲି ପତାକା ଉନ୍ମୋଚନ ଅବସରରେ ବିଜୟ କହିଛନ୍ତି । ବିଜୟ କହିଛନ୍ତି ଯେ, ‘ତାଙ୍କ ଦଳ ସାମାଜିକ ନ୍ୟାୟର ପଥ ଅନୁସରଣ କରିବ ।\’ ତାଙ୍କ ଦଳ ସ୍ୱଚ୍ଛ, ଜାତିମୁକ୍ତ ତଥା ଦୁର୍ନୀତିମୁକ୍ତ ପ୍ରଶାସନ ସହ ମୌଳିକ ରାଜନୈତିକ ପରିବର୍ତ୍ତନ ପ୍ରତି ପ୍ରତିବଦ୍ଧ । କେବଳ ସେତିକି ନୁହେଁ ତାଙ୍କ ଦଳ ୨୦୨୬ରେ ତାମିଲନାଡୁ ବିଧାନସଭା ନିର୍ବାଚନରେ ଲଢ଼ିବ ବୋଲି ମଧ୍ୟ ସେ ଘୋଷଣା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking