26.1 C
Bhubaneswar
Thursday, March 26, 2026
Homeଓଡିଶାପରୀକ୍ଷା ସବୁବେଳେ ତ୍ରୁଟିଶୂନ୍ୟ ହେବା କଥା: ରାଜସ୍ବ ମନ୍ତ୍ରୀ

ପରୀକ୍ଷା ସବୁବେଳେ ତ୍ରୁଟିଶୂନ୍ୟ ହେବା କଥା: ରାଜସ୍ବ ମନ୍ତ୍ରୀ

ଭୁବନେଶ୍ବର: ରାଜସ୍ବ ନିରୀକ୍ଷକ (ଆରଆଇ) ଓ ଅମିନ ପରୀକ୍ଷାରେ ଅନିୟମିତତା ନେଇ ମୁଖ୍ୟମନ୍ତ୍ରୀଙ୍କୁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଅବଗତ କରିଛନ୍ତି। ଏହି ପରୀକ୍ଷାରେ ବିଭ୍ରାଟ ନେଇ ବିଭାଗୀୟ ଅଧିକାରୀଙ୍କୁ ସେ ରିପୋର୍ଟ ମାଗିଛନ୍ତି। ପରୀକ୍ଷାରେ ଅନିୟମିତତା ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଏହାର ସମ୍ପୂର୍ଣ୍ଣ ରିପୋର୍ଟ ଦେବାକୁ ରାଜସ୍ବ ବିଭାଗ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି। ମୁଖ୍ୟମନ୍ତ୍ରୀଙ୍କୁ ଏ ସମ୍ପର୍କରେ ଅବଗତ କରିଛି। ଆମ ପାଖରେ ଯେଉଁ ଅଭିଯୋଗ ହସ୍ତଗତ ହୋଇଛି ମୋତେ ଲାଗୁଛି, ପରୀକ୍ଷା ପାଈଁ ଏହା ଅନୁକୂଳ ପ୍ରକ୍ରିୟା ନୁହଁ। ସରକାର ଅନୁଧ୍ୟାନ କରି ବ୍ଲାକ ଲିଷ୍ଟେଡ଼ ହୋଇଥିଲେ ଉକ୍ତ ସଂସ୍ଥାକୁ ପରୀକ୍ଷାରୁ ମୁକ୍ତ କରାଯିବ। ତ୍ରୁଟି ବିଚ୍ୟୁତି କେତେ ପରିମାଣର ହୋଇଛି ଏହା ଫଳାଫଳକୁ କେତେ ପ୍ରଭାବ ପକାଇବ ତାକୁ ଅନୁଧ୍ୟାନ କରି ସରକାର ନିଷ୍ପତ୍ତି ନେବେ। ଏହାର ସମାଧାନ ପାଇଁ ସମସ୍ତ ଦ୍ୱାର ଖୋଳା ଅଛି।

ଆମ ପାଖରେ ଯେଉଁ ଅଭିଯୋଗ ହସ୍ତଗତ ହୋଇଛି ମୋତେ ଲାଗୁଛି, ପରୀକ୍ଷା ପାଈଁ ଏହା ଅନୁକୂଳ ପ୍ରକ୍ରିୟା ନୁହଁ। ସରକାର ଅନୁଧ୍ୟାନ କରି ବ୍ଲାକ ଲିଷ୍ଟେଡ଼ ହୋଇଥିଲେ ଉକ୍ତ ସଂସ୍ଥାକୁ ପରୀକ୍ଷାରୁ ମୁକ୍ତ କରାଯିବ। ଶ୍ରୀ ପୂଜାରୀ କହିଛନ୍ତି, ପରୀକ୍ଷା ସବୁବେଳେ ତ୍ରୁଟି ଶୂନ୍ୟ ହେବା କଥା। ଉଚିତ ସ୍ଥାନରେ ପରୀକ୍ଷା ହେଉନଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି। ପରୀକ୍ଷାରେ ଅବ୍ୟବସ୍ଥା ଅଭିଯୋଗ ମୋ ପାଖକୁ ଆସିଛି। ଆରଆଇ ଓ ଅମିନ ପରୀକ୍ଷା ରାଜସ୍ବ ବିଭାଗ କରେ ନାହିଁ। ଏହି ପରୀକ୍ଷା ଓଏସ୍‌ଏସ୍‌ଏସ୍‌ସି ଦ୍ବାରା ପରିଚାଳିତ ହୋଇଥାଏ। ଜଣେ ଥାର୍ଡ଼ ପାର୍ଟିକୁ ଷ୍ଟାପ ସିଲେକ୍ସନ ବୋର୍ଡ ଆଉଟସୋରସିଂ କରିଥିବା ଖବର ଆସୁଛି। ସେହି କମ୍ପାନି କ୍ରେଡିବିଲିଟିକୁ ନେଇ ବି ପ୍ରଶ୍ନ ଉଠିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking