16.1 C
Bhubaneswar
Thursday, February 5, 2026
Homeଦେଶ ବିଦେଶଅଯୋଧ୍ୟାରେ ବିସ୍ଫୋରଣ କରିବାକୁ ଚାହୁଁଥିଲେ ଆତଙ୍କବାଦୀ!

ଅଯୋଧ୍ୟାରେ ବିସ୍ଫୋରଣ କରିବାକୁ ଚାହୁଁଥିଲେ ଆତଙ୍କବାଦୀ!

ନୂଆଦିଲ୍ଲୀ: ଦିଲ୍ଲୀ ବିସ୍ଫୋରଣ ଘଟଣାରେ ଗିରଫ ହୋଇଥିବା ଆତଙ୍କବାଦୀଙ୍କଠାରୁ ଏକ ବଡ ଖୁଲାସା ହୋଇଛି। ଆତଙ୍କବାଦୀମାନେ ଅଯୋଧ୍ୟାରେ ବସ୍ଫୋରଣ କରିବାକୁ ଚାହୁଁଥିଲେ। ସୂତ୍ର ଅନୁଯାୟୀ, ଗିରଫ ଆତଙ୍କବାଦୀଙ୍କ ମଡ୍ୟୁଲ୍ ଉତ୍ତର ପ୍ରଦେଶର ମନ୍ଦିର ଏବଂ ଧାର୍ମିକ ସ୍ଥଳଗୁଡ଼ିକୁ ଟାର୍ଗେଟ କରିଥିଲା। ଅଯୋଧ୍ୟା ଏବଂ ବାରାଣସୀକୁ ବିଶେଷ ଭାବରେ ଟାର୍ଗେଟ କରାଯାଇଥିଲା। ଗିରଫ ହୋଇଥିବା ଶାହିନ ଅଯୋଧ୍ୟାରେ ଏକ ସ୍ଲିପର ମଡ୍ୟୁଲ୍ ସକ୍ରିୟ କରିଥିଲା। ଆତଙ୍କବାଦୀମାନେ ଅଯୋଧ୍ୟାରେ ଏହି କାର୍ଯ୍ୟକଳାପ କରିବା ପୂର୍ବରୁ, ବିସ୍ଫୋରକ ଜବତ କରାଯାଇଥିଲା। ଏହି ଘଟଣାରେ ପୋଲିସ ଚଢାଉ କରି ଗିରଫଦାରୀ ଆରମ୍ଭ କରିଥିଲା।  

ସୂତ୍ର ଅନୁଯାୟୀ ଲାଲକିଲ୍ଲା ବିସ୍ଫୋରଣ କରିବାର କୌଣସି ଯୋଜନା ନଥିଲା। ତଦନ୍ତରୁ ଜଣାପଡୁଛି ଯେ ବିସ୍ଫୋରକଗୁଡ଼ିକରେ ଟାଇମର୍ କିମ୍ବା ଅନ୍ୟ କୌଣସି ଉପକରଣ ବ୍ୟବହାର କରାଯାଇ ନଥିଲା। ଆତଙ୍କବାଦୀମାନଙ୍କୁ ପଚରାଉଚରା କରିବାରୁ ଜଣାପଡ଼ିଛି ଯେ ମଡ୍ୟୁଲ୍ ସର୍ବାଧିକ କ୍ଷତି ଘଟାଇବା ପାଇଁ ହସ୍ପିଟାଲଗୁଡ଼ିକୁ ଟାର୍ଗେଟ କରିବାକୁ ଚାହୁଁଥିଲା। ହସ୍ପିଟାଲ ଏବଂ ଜନଗହଳିପୂର୍ଣ୍ଣ ସ୍ଥାନଗୁଡ଼ିକ ହିଟ୍ ଲିଷ୍ଟରେ ଥିଲା। 

ନଭେମ୍ବର ୧୦ ତାରିଖ ଦିନ ସନ୍ଧ୍ୟା ୭ଟା ସମୟରେ ଦିଲ୍ଲୀର ଲାଲକିଲ୍ଲା ନିକଟରେ ଏକ କାର ବୋମା ବିସ୍ଫୋରଣ ହୋଇଥିଲା, ଯେଉଁଥିରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୨୦ ରୁ ଅଧିକ ଆହତ ହୋଇଥିଲେ। ବିସ୍ଫୋରଣରେ ଅନେକ ଗାଡ଼ି ମଧ୍ୟ ଆଘାତ ପାଇଥିଲା। ବିସ୍ଫୋରଣ ପରେ, ଦେଶର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା ଏବଂ ଅନେକ ଲୋକଙ୍କୁ ଗିରଫ କରାଯାଇଥିଲା। ଏହି ମାମଲାରେ ତିନି ଜଣ ମୁଖ୍ୟ ସନ୍ଦିଗ୍ଧ ବ୍ୟକ୍ତି ହେଉଛନ୍ତି ଡକ୍ଟର ମୁଜାମ୍ମିଲ, ଡକ୍ଟର ଆଦିଲ ଅହମ୍ମଦ ଡାର ଏବଂ ଡକ୍ଟର ଉମର। ବିସ୍ଫୋରଣ ସମୟରେ ଡକ୍ଟର ଉମରଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି, ଯେତେବେଳେ ଡକ୍ଟର ମୁଜାମ୍ମିଲ ଏବଂ ଡକ୍ଟର ଆଦିଲ ଅହମ୍ମଦ ଡାରଙ୍କୁ ଗିରଫ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking