16.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶୟୁପିରେ ନୂଆ ଠିକଣା କରିବାକୁ ଆତଙ୍କୀଙ୍କ ଯୋଜନା

ୟୁପିରେ ନୂଆ ଠିକଣା କରିବାକୁ ଆତଙ୍କୀଙ୍କ ଯୋଜନା

ନୂଆଦିଲ୍ଲୀ: ୟୁପିରେ ନୂଆ ଠିକଣା କରିବାକୁ ଚାହିଁଥିଲେ ଆତଙ୍କୀ, ଦିଲ୍ଲୀ ବିସ୍ଫୋରଣ ପରେ ଜୋରଦାର କାର୍ଯ୍ୟାନୁଷ୍ଠାନ। ଲକ୍ଷ୍ନୌ – ଗୁଜରାଟ ଏଟିଏସ୍ ଦ୍ୱାରା ଗିରଫ ହୋଇଥିବା ତିନି ଜଣ ଆତଙ୍କୀର ବିପଜ୍ଜନକ ଯୋଜନା ଥିଲା। ଏହିଥର ପାକିସ୍ତାନରେ ବସିଥିବା ହ୍ୟାଣ୍ଡଲର ସାମିଲ ହେବା ସହ ଲଖିମପୁର ଖେରିର ଦୁଇ ଯୁବକଙ୍କୁ ଜାଲରେ ଫସାଇ , ଉତ୍ତରପ୍ରଦେଶକୁ ସେମାନଙ୍କ ନୂଆ ଆଡ୍ଡା କରିବାକୁ ଚାହିଁ ଥିଲେ। ଏହି କାରଣ ଥିଲା ଯେ, ଗିରଫ ସୁହେଲ ଓ ଆଜାଦ ସୈଫି ଲକ୍ଷ୍ନୌର ଅନେକ ଥର ରେକି କରିସାରି ଥିଲେ। ଦୁହେଁ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ମାଧ୍ୟମରେ ୟୁପିର ଅନେକ ଯୁବବର୍ଗଙ୍କୁ ନିଜ ସହ ମଧ୍ୟ ଯୋଡ଼ି ନେଇଥିଲେ। ଏତେ ବିପଜ୍ଜନକ ଉଦ୍ଦେଶ୍ୟକୁ ଦେଖି ୟୁପି ଏଟିଏସ୍ ସହ ଗୁଇନ୍ଦା ଏଜେନ୍ସି ଓ ୟୁପି ପୁଲିସ ମଧ୍ୟ ଆଲର୍ଟ ହୋଇ ଯାଇଛି।

ସୋମବାର ସନ୍ଧ୍ୟାରେ ଦିଲ୍ଲୀରେ ଲାଲ୍ କିଲ୍ଲା ନିକଟରେ ହୋଇଥିବା କାର୍ ବିସ୍ଫୋରଣ ପରେ ଅନେକ ରାଜ୍ୟରେ ଲଗାତାର ଚଢାଉ ହେଉଛି। ମଙ୍ଗଳବାର ଲକ୍ଷ୍ନୌରେ ମଧ୍ୟ ଜଣେ ଡାକ୍ତରଙ୍କ ଘରେ ଏଟିଏସ୍ ଓ ଜମ୍ମୁ-କାଶ୍ମୀର ପୁଲିସ ଚଢାଉ କରିଛି। ସେହି ଡାକ୍ତରଙ୍କର ସମ୍ୱନ୍ଧ ଜଣେ ମହିଳା ଡାକ୍ତରଙ୍କ ସହ (ଯିଏକି ପୂର୍ବରୁ ଲକ୍ଷ୍ନୌରୁ ଗିରଫ ହୋଇଛନ୍ତି)ଥିବାର କୁହାଯାଇଛି।ଫରିଦାବାଦରେ ଆତଙ୍କୀ ଷଡ଼ଯନ୍ତ୍ରର ଖୁଲାସା କାଶ୍ମୀରରେ ଜୈଶ୍-ଏ-ମହମ୍ମଦର ସମର୍ଥନରେ ଲାଗିଥିବା ପୋଷ୍ଟରରୁ ହୋଇଛି। ଗତ ମାସରେ ୨୭ ଅକ୍ଟୋବରରେ ଶ୍ରୀନଗରରେ ପୋଷ୍ଟର ଲଗାଯାଇ ଥିଲା। ପୁଲିସ ସିସିଟିଭି ଫୁଟେଜ୍ ଯାଞ୍ଚ କରିଛି, ଯେଉଁଥିରେ ଆଦିଲକୁ ପୋଷ୍ଟର ଲଗାଇବାର ଜଣାପଡ଼ି ଥିଲା।ତାକୁ ସହାରନପୁରରୁ ପୁଲିସ ଗିରଫ କରିଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking