30.1 C
Bhubaneswar
Tuesday, May 6, 2025
Homeଦେଶ ବିଦେଶମାଟିରେ ମିଶିଲା ଆତଙ୍କୀଙ୍କ ଘର

ମାଟିରେ ମିଶିଲା ଆତଙ୍କୀଙ୍କ ଘର

ନୂଆଦିଲ୍ଲୀ: ପହଲଗାମ୍ ଆତଙ୍କୀ ହମଲା ପରେ ତ୍ରାହି ପାଉନାହାନ୍ତି ଆତଙ୍କବାଦୀ । ଆକ୍ରମଣରେ ସମ୍ପୃକ୍ତି ଥିବା ଜମ୍ମୁକାଶ୍ମୀରର ଆତଙ୍କୀଙ୍କ ଠିକଣା ଖୋଜି ଖୋଜି ସେମାନଙ୍କ ଘର ଉଡାଉଛି ଭାରତୀୟ ସେନା । ଆତଙ୍କୀ ଲିଙ୍କ ଥିବା ଅଭିଯୋଗ ଆସିବା ପରେ ସାଙ୍ଗେ ସାଙ୍ଗେ କାର୍ୟ୍ୟାନୁଷ୍ଠାନ ନେଉଛନ୍ତି ଯବାନ । ଆଉ କାଲି ପରି ଆଜି ମଧ୍ୟ ଆତଙ୍କୀଙ୍କ ଘର ଉଡାଇ ଦେଇଛନ୍ତି । ଆଜି ଆଉ ୩ ଆତଙ୍କବାଦୀଙ୍କ ଘରକୁ ବିସ୍ଫୋରଣରେ ଉଡାଇ ଦିଆଯାଇଛି । ଘାଟିରେ ସକ୍ରିୟ ଆତଙ୍କବାଦୀଙ୍କ ଘରକୁ ବିସ୍ଫୋରଣରେ ଉଡାଇ ଦେଇଛନ୍ତି ଭାରତୀୟ ସେନା । ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ଭାରତ-ପାକିସ୍ତାନ ଉତ୍ତେଜନା ବଢ଼ୁଥିବା ବେଳେ ଭାରତ ଗୁରୁବାର ସମସ୍ତ ପାକିସ୍ତାନୀ ନାଗରିକଙ୍କ ଭିସା ରଦ୍ଦ କରିଛି । ପୁଣି ଏଲଓସିରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି ପାକିସ୍ତାନ । ସାରା ରାତି ପାକିସ୍ତାନ ଆଉଟପୋଷ୍ଟରୁ ଗୁଳିବର୍ଷା ହୋଇଛି । ଆଉ ଏହାର କଡ଼ା ଜବାବ ଦେଇଛନ୍ତି ଭାରତୀୟ ଯବାନ । ଭାରତର କୂଟନୈତିକ ଆକ୍ସନ ଏବଂ ଆତ୍କୀ ଉପରେ ଅତର୍କିତ ହମଲା ପରେ ବାଉଳିଚାଉଳି ହେଉଛି ପାକିସ୍ତାନ ଆଉ ଏଲଓସିରେ ସେନାକୁ ଲଗାଇ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି । ଯାହାର ଜବାବ ଦଇଛି ଭାରତୀୟ ସେନା ।

ତେବେ ଗତକାଲି ମଧ୍ଯ ଏଲଓସିରେ ପାକିସ୍ତାନ ଆଗୁଆ ଗୁଳିମାଡ କରିଥିଲା । ଭାରତର ଆକ୍ସନ ପରେ ବିଳିବିଳେଇ ଯାଇଥିବା ପାକିସ୍ତାନ ଭୟରେ ସୀମାରେ ଆଗୁଆ ଫାୟାରିଂ କରିଥିଲା । ଏହା ପରେ ଭାରତ – ପାକିସ୍ତାନ ସୀମାରେ ଗୁଳିବିନିମୟ ଆରମ୍ଭ ହୋଇଥିବା ବେଳେ କାଲି ବି ରାତିସାରା ଫାୟାରିଂ କରିଥିଲେ ପାକିସ୍ତାନ ସେନା ।   ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହରେ ତଲାସୀ ଚଳାଇଛି ଭାରତୀୟ ସେନା । ଯେମିତି ଗୋଟେ ବି ପାକିସ୍ତାନୀ କିମ୍ବା ଆତଙ୍କୀ ଲୁଚି ରହି ନଯାନ୍ତି ସେନେଇ ଚାଲିଛି ଅପରେସନ ।  ଭାରତୀୟ ସେନା ପକ୍ଷରୁ ତୋପ ମାଡ କରାଯାଉଥିବା ବେଳେ ସେପଟେ ଲୁଚିରହିଥିବା ଆତଙ୍କବାଦୀଙ୍କୁ ଧରିବା ପାଇଁ ସେନା ପକ୍ଷରୁ ଆହରି ଜୋରଦାର ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି । ଘରକୁ ଘରକୁ ବୁଲି ଯବାନମାନେ ଯାଞ୍ଚ କରୁଛନ୍ତି । ଆତଙ୍କବାଦୀମାନେ କାଠୁଆ ଅଞ୍ଚଳରେ ବୁଲୁଥିବାର ଦେଖି ଜଣେ ମହିଳାଙ୍କ ସୂଚନା ଆଧାରରେ ଏନକାଉଣ୍ଟର ଚାଲିଛି । ଆର୍ମିର ରାଷ୍ଟ୍ରୀୟ ରାଇଫଲ ଏବଂ ସ୍ପେଶାଲ ଅପରେସନ ଗ୍ରୁପ୍ ମିଳିତ ଭାବେ ଏନକାଉଣ୍ଟରରେ ସାମିଲ ହୋଇଛନ୍ତି । ଏବେ ସୁଦ୍ଧା ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା କରୁଛି ଜାମ୍ମୁ କାଶ୍ମୀର ପୁଲିସ । ପହଲଗାମ ଆକ୍ରମଣକୁ ନେଇ ପାକିସ୍ତାନ ବିରୋଧରେ କଡା ଆକ୍ସନ ପରେ ଛାନିଆ ହୋଇ ପଡିଛି ପଡୋଶୀ । ତେଣୁ ଭୟରେ ସାରା ରାତି ପାକ୍ ସେନା ପକ୍ଷରୁ ଗୁଳିବିନିମୟ କରାଯାଉଛି । ଏବେ ବି ସର୍ଚ୍ଚ ଅପରେସନ ଚାଲିଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking