34.1 C
Bhubaneswar
Tuesday, March 24, 2026
Homeଦେଶ ବିଦେଶଆତଙ୍କବାଦୀ ମାସୁଦ ଆଝାରକୁ ହୃଦ୍‌ଘାତ

ଆତଙ୍କବାଦୀ ମାସୁଦ ଆଝାରକୁ ହୃଦ୍‌ଘାତ

ଲାହୋର: ଭାରତର ମୋଷ୍ଟୱାଣ୍ଟେଡ୍ ତଥା ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦର ପ୍ରତିଷ୍ଠାତା ମାସୁଦ ଆଝାରକୁ ହୃଦ୍‌ଘାତ ହୋଇଥିବା ଏବଂ ତା’କୁ ପାକିସ୍ତାନର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଭଳି ସମ୍ବାଦ ସାମ୍ନାକୁ ଆସିଛି। ମାସୁଦ ଆଝାର ଆଫଗାନିସ୍ତାନର ଖୋଷ୍ଟ ପ୍ରଦେଶରେ ଲୁଚି ରହିଥିଲା। ଏଠାରେ ତାହାର ହୃଦ୍‌ଘାତ ହୋଇଥିଲା। ଏହା ପରେ ତାକୁ ଆଫଗାନିସ୍ତାନରୁ ପାକିସ୍ତାନ ନିଆଯାଇଥିଲା। ସେ ଏବେ କରାଚିର ମିଳିତ ସାମରିକ ହସ୍ପିଟାଲରେ ଭର୍ତ୍ତି ହୋଇଛି। ତେବେ ମାସୁଦ୍ ଆଝାରର ଚିକିତ୍ସା ପାଇଁ ଇସଲାମାବାଦରୁ ହୃଦରୋଗ ବିଶେଷଜ୍ଞମାନେ ମଧ୍ୟ କରାଚିରେ ପହଞ୍ôଚôଥିବା ନେଇ ସୂଚନା ମିଳିଛି। ଆତଙ୍କବାଦୀ ମୌଲାନା ମାସୁଦ ଆଝାରକୁ ଖୋଷ୍ଟ ପ୍ରଦେଶରୁ ଗୋର୍ବାଜ ଅଞ୍ଚଳ ଦେଇ ପାକିସ୍ତାନ ପଠାଯାଇଥିଲା। ଖୁବ୍‌ଶୀଘ୍ର ତାଙ୍କୁ ରାୱଲପିଣ୍ଡିର ସବୁଠାରୁ ବଡ଼ ଏବଂ ଅତ୍ୟାଧୁନିକ ସାମରିକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯିବାର ସମ୍ଭାବନା ରହିଛି। ପ୍ରକାଶ, ଡିସେମ୍ବର ୧୯୯୯ରେ କାଠମାଣ୍ଡୁରୁ କାନ୍ଦାହାର ଅଭିମୁଖେ ଉଡ଼ାଣ ଭରିଥିବା ଏୟାର ଇଣ୍ଡିଆ ବିମାନ ଆଇସି-୮୧୪ ଅପହରଣ ଘଟଣାରେ ଯାତ୍ରୀଙ୍କ ବଦଳରେ ମାସୁଦ ଆଝାରକୁ ମୁକ୍ତ କରିଥିଲେ ଭାରତ ସରକାର। ମୁକ୍ତ ହେବାପରେ ମାସୁଦ ଆଝାର ଜୈଶ-ଏ-ମହମ୍ମଦ (ଜେଇଏମ୍‌)ର ପ୍ରତିଷ୍ଠା କରିଥିଲା। ତାକୁ ମଧ୍ୟ ଆମେରିକା ଓ ଜାତିସଂଘ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking