31.1 C
Bhubaneswar
Tuesday, March 24, 2026
Homeଦେଶ ବିଦେଶପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ, ୫୦ ମୃତ

ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ, ୫୦ ମୃତ

ଇସ୍‌ଲାମ୍‌ବାଦ୍‌: ଆତଙ୍କବାଦୀଙ୍କ ଦେଶ କୁହାଯାଉଥିବା ପାକିସ୍ତାନରେ ଗୁରୁବାର ଏକ ଯାତ୍ରୀବାହୀ ଗାଡ଼ି ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ୫୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ଅନ୍ୟ ୧୨ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଂଗୀନ ଥିବାରୁ ଆଗାମୀ ଦିନରେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି। ପାକିସ୍ତାନର ପ୍ରମୁଖ ଟିଭି ଚ୍ୟାନେଲ ଜିଓ ଟିଭି ଅନୁଯାୟୀ, ପାରାଚିନାରରୁ ପେଶାୱାର ଅଭିମୁଖେ ଯାଉଥିବା ଏହି ଯାତ୍ରୀବାହୀ ଗାଡି ଲୋୟର କୁରମ ଜିଲ୍ଲାର ଓଚାଟ ଅଞ୍ଚଳ (ଖୈବର ପଖ୍‌ତୁନ୍‌ଖ୍ୱା) ଦେଇ ଯାଉଥିବା ବେଳେ ଆତଙ୍କବାଦୀମାନେ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ଇସଲାମାବାଦ୍‌ରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଆତଙ୍କବାଦୀ ଘଟଣାକୁ ତୀବ୍ର ନିନ୍ଦା କରି ଆଭ୍ୟନ୍ତରୀଣ ମନ୍ତ୍ରୀ ମୋହସିନ ନକ୍‌ଭି କହିଛନ୍ତି ଯେ, ଏହି ଭୟଙ୍କର ବନ୍ଧୁକ ଆକ୍ରମଣରେ ୩୮ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ପାକିସ୍ତାନ ରାଷ୍ଟ୍ରପତି ଆସିଫ ଅଲି ଜରଦାରୀ ଏହି ଘଟଣାକୁ ଦୃଢ଼ ଭାବେ ନିନ୍ଦା କରିବା ସହ ମୃତକଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ଏତଦ୍‌ବ୍ୟତୀତ ପିପିପି ଏକ୍ସର ଏକ ପୋଷ୍ଟରେ ଲେଖିଛି ଯେ, ନିରୀହ ଯାତ୍ରୀଙ୍କୁ ଆକ୍ରମଣ କରିବା ଏକ ଅମାନବୀୟ କାମ। ଏହି ଘଟଣା ପାଇଁ ଯେଉଁମାନେ ଦାୟୀ ସେମାନଙ୍କୁ ଦଣ୍ଡ ଦିଆଯାଉ ବୋଲି ପିପିପି ଦାବି କରିଛି। ରିପୋର୍ଟ ଅନୁସାରେ ମୃତକଙ୍କ ମଧ୍ୟରେ କିଛି ମହିଳା ଓ ଶିଶୁମାନେ ସାମିଲ ଅଛନ୍ତି। ସେହିପରି ଆହତ ୧୨ଜଣଙ୍କ ମଧ୍ୟରେ ଜଣେ ପୁଲିସ୍ ଅଧିକାରୀ ମଧ୍ୟ ସାମିଲ ଅଛନ୍ତି। ଅଧିକାଂଶ ମୃତକ ଶିୟା ସମ୍ପ୍ରଦାୟର ବୋଲି ଉଦ୍ଧାରକାରୀ ଦଳ ପକ୍ଷରୁ କୁହାଯାଇଛି। ପ୍ରକାଶ, ସମ୍ପୃକ୍ତ ଅଞ୍ଚଳରେ ତାଲିବାନର ଆଧିପତ୍ୟ ରହିଛି। ଖୈବର ପଖ୍‌ତୁନ୍‌ଖ୍ୱା ମୁଖ୍ୟମନ୍ତ୍ରୀ ଅଲି ଅମିନ୍ ଖାନ ଏପ୍ରକାର ଆକ୍ରମଣକୁ ଦୃଢ଼ ନିନ୍ଦା କରିଛନ୍ତି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking