27.1 C
Bhubaneswar
Sunday, February 22, 2026
Homeଦେଶ ବିଦେଶଉତ୍ତର ବୁର୍କିନାରେ ଆତଙ୍କୀ ହମଲା, ୧୦୦ ଜଣଙ୍କୁ ମାରିଦେଲେ ନୃଶଂସ ଦଳ

ଉତ୍ତର ବୁର୍କିନାରେ ଆତଙ୍କୀ ହମଲା, ୧୦୦ ଜଣଙ୍କୁ ମାରିଦେଲେ ନୃଶଂସ ଦଳ

ନୂଆଦିଲ୍ଲୀ: ଦୁନିଆର ବିଭିନ୍ନ ଦେଶରେ ଲଗାତାର ଆତଙ୍କୀ ଘଟଣାଗୁଡ଼ିକ ସାମ୍ନାକୁ ଆସୁଛି। ବର୍ତ୍ତମାନ ଉତ୍ତର ବୁର୍କିନା ଫାସୋରେ ଏକ ବଡ଼ ଆତଙ୍କୀ ହମଲା ଘଟିଛି। ଏଥିରେ ୧୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ସହାୟତା କର୍ମୀ ଏବଂ ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରୁ ବହୁ ଜଣ ସୈନିକ ଥିଲେ। ଏହି ଆକ୍ରମଣ ରବିବାର ସକାଳେ ଘଟିଛି। ଜିହାଦୀ ଗୋଷ୍ଠୀ ଏକ ସୈନିକମାନଙ୍କ ଆଡ୍ଡା ଏବଂ ଅନେକ ସମୟରୁ ଘେରାବନ୍ଦୀ ଥିବା ରଣନୈତିକ ସହର ଜିବୋ ସମେତ ଅନେକ ସ୍ଥାନକୁ ଟାର୍ଗେଟ କରିଛି। ଉତ୍ତର ବୁର୍କୀନା ଫାସୋରେ ଏହି ଆତଙ୍କୀ ହମଲା ଅଲ-କାୟଦା ସହ ଜଡ଼ିତ ଏକ ଜିହାଦୀ ଗୋଷ୍ଠୀ-ଜମାତ ନସ୍ର ଅଲ-ଇସଲାମ ୱାଲ-ମୁସ୍ଲିମୀନ ବା ଜେଏନଆଇଏମ କରିଛି। ସଂଗଠନ ଏହି ହମଲାର ଦାୟିତ୍ୱ ମଧ୍ୟ ନେଇଛି। ଏହା ଆତଙ୍କୀ ସଂଗଠନ ଅଫ୍ରିକାର ସାହେଲ ଅଞ୍ଚଳରେ ସକ୍ରିୟ ବୋଲି କୁହାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking