31.1 C
Bhubaneswar
Monday, June 9, 2025
Homeଦେଶ ବିଦେଶନାଇଜେରିଆର ପୂର୍ବୋତ୍ତର ରାଜ୍ୟ ବୋର୍ନୋରେ ଆତଙ୍କବାଦୀ ଆକ୍ରମଣ

ନାଇଜେରିଆର ପୂର୍ବୋତ୍ତର ରାଜ୍ୟ ବୋର୍ନୋରେ ଆତଙ୍କବାଦୀ ଆକ୍ରମଣ

ନୂଆଦିଲ୍ଲୀ: ଜମ୍ମୁକାଶ୍ମୀରର ପହଲଗାମ ଆକ୍ରମଣ ପରେ ଅନ୍ୟ ଏକ ଦେଶରେ ଆତଙ୍କବାଦୀ ଆକ୍ରମଣ । ନାଇଜେରିଆର ପୂର୍ବୋତ୍ତର ବୋର୍ନୋ ରାଜ୍ୟରେ ସୋମବାର ଏକ ଭୟାବହ ଆତଙ୍କବାଦୀ ଆକ୍ରମଣ ଘଟିଛି । ଦୁଇଟି ବାହନରେ ହୋଇଥିବା ବୋମା ବିସ୍ଫୋରଣ ଯୋଗୁଁ ଅତିକମ୍‌ରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଆତଙ୍କବାଦୀଙ୍କ ବିସ୍ଫୋରଣ ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । କହିରଖୁ କି, ଏହି ବିସ୍ଫୋରଣ ବୋର୍ନୋ ରାଜ୍ୟରେ ଘଟିଥିଲା, ଯାହା ବୋକୋ ହାରାମ ଓ ଇସଲାମିକ ଷ୍ଟେଟ୍ ୱେଷ୍ଟ ଆଫ୍ରିକା ପ୍ରୋଭିନ୍ସ ଭଳି ଆତଙ୍କବାଦୀ ସଂଗଠନମାନଙ୍କର କାର୍ଯ୍ୟକଳାପର କେନ୍ଦ୍ରସ୍ଥଳ ଭାବେ ବିବେଚନା କରାଯାଏ ।

ଏହି ଆକ୍ରମଣରେ ଦୁଇଟି ବାହନରେ ବୋମା ବିସ୍ଫୋରଣ ଘଟିଥିଲା, ଫଳରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ସୁରକ୍ଷା ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଏହି ଆକ୍ରମଣ ପଛରେ କେଉଁ ସଂଗଠନର ହାତ ଅଛି, ତାହା ସ୍ପଷ୍ଟ ହୋଇନାହିଁ । ତେବେ, ବୋର୍ନୋ ରାଜ୍ୟରେ ଗତ ୧୫ ବର୍ଷ ଧରି ଚାଲିଆସୁଥିବା ଆତଙ୍କବାଦୀ କାର୍ଯ୍ୟକଳାପ ଯୋଗୁଁ ହଜାର ହଜାର ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ଲକ୍ଷ ଲକ୍ଷ ଲୋକ ବାସହାରା ହୋଇଛନ୍ତି । ସ୍ଥାନୀୟ ପ୍ରଶାସନ ଏହି ଘଟଣା ପରେ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି ଏବଂ ଲୋକମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ନାଇଜେରିଆ ସରକାର ଏହି ଆକ୍ରମଣର ତୀବ୍ର ନିନ୍ଦା କରିଛନ୍ତି । ପ୍ରଭାବିତ ପରିବାରମାନଙ୍କୁ ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି । ଆନ୍ତର୍ଜାତୀୟ ସମୁଦାୟ ମଧ୍ୟ ଏହି ଘଟଣାର ନିନ୍ଦା କରିଛି ଏବଂ ଆତଙ୍କବାଦ ବିରୋଧରେ ଏକଜୁଟ ହେବାକୁ ଆହ୍ୱାନ ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking