31.1 C
Bhubaneswar
Friday, February 13, 2026
Homeଦେଶ ବିଦେଶ୧୬/୧୭ରେ ଅଯୋଧ୍ୟାରେ ଆତଙ୍କବାଦୀ ଆକ୍ରମଣ!

୧୬/୧୭ରେ ଅଯୋଧ୍ୟାରେ ଆତଙ୍କବାଦୀ ଆକ୍ରମଣ!

ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିର ପରିସରରେ ହୋଇପାରେ ଆତଙ୍କବାଦୀ ଆକ୍ରମଣ। ଖଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁ ପକ୍ଷରୁ ଏପ୍ରକାର କିଛି ଆଭାସ ମିଳିଛି। ରିପୋର୍ଟ ଅନୁସାରେ ଆସନ୍ତା ୧୬ କିମ୍ବା ୧୭ ତାରିଖରେ ରାମ ମନ୍ଦିର ପରିସର କିମ୍ବା ଏହାର ଆଖପାଖରେ ବିଚ୍ଛିନ୍ନତାବାଦୀ ଖଲିସ୍ତାନୀ ଆତଙ୍କବାଦୀମାନେ ବିସ୍ଫୋରଣ ଭଳି କିଛି ଆତଙ୍କୀ ଖେଳ ଖେଳିବାକୁ ଯୋଜନା କରୁଛନ୍ତି। ତେବେ ଏସବୁ ପଛରେ ପନ୍ନୁର ସମ୍ପୃକ୍ତି ରହିଛି। କେବଳ ସେତିକି ନୁହେଁ ଏଭଳି ଏକ ଧମକପୂର୍ଣ୍ଣ ଅଡ଼ିଓ ବାର୍ତ୍ତା ମଧ୍ୟ ଏବେ ହସ୍ତଗତ ହୋଇଛି। ତେବେ ଗୋଟିଏ ପଟେ ମିଳିଥିବା ଏହି ଧମକପୂର୍ଣ୍ଣ ବାର୍ତ୍ତାର ସତ୍ୟାସତ୍ୟ ଯାଞ୍ଚ କରାଯାଉଥିବା ବେଳେ ଅନ୍ୟପକ୍ଷେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି। ଏହି ଧମକ ମିଳିବା ପରେ ପୋଲିସ ଓ ପ୍ରସାଶନ ସତର୍କ ହୋଇଯାଇଛି। ପ୍ରକାଶ, କାନାଡାରେ ଡେରା ଜମାଇଥିବା ଖଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁ ପକ୍ଷରୁ ଏହାପୂର୍ବରୁ ମଧ୍ୟ ଅନେକ ଥର ଆତଙ୍କବାଦୀ ଆକ୍ରମଣ ପାଇଁ ଧମକ ଦିଆଯାଇଛି। କିନ୍ତୁ ଏଥର ରାମ ମନ୍ଦିର ପରିସରରେ ଆତଙ୍କୀ ହମ୍‌ଲା କରିବାକୁ ଧମକ ଦିଆଯାଇଛି। ଅଯୋଧ୍ୟା ରେଞ୍ଜର ପୁଲିସ୍ ମହାନୀରିକ୍ଷକ (ଆଇଜି) ପ୍ରବୀଣ କୁମାର କହିଛନ୍ତି, ଅଯୋଧ୍ୟାରେ ପୂର୍ବାପେକ୍ଷା ଅଧିକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପୋଲିସ ତଥା ସୁରକ୍ଷାକର୍ମୀ ୨୪ ଘଣ୍ଟା ଯେ କୌଣସି ଆତଙ୍କବାଦୀ ଆକ୍ରମଣର ସାମ୍ନା କରୁବାକୁ ପ୍ରସ୍ତୁତ ଅଛନ୍ତି। ଭାଇରାଲ ହେଉଥିବା ଏହି ଧମକପୂର୍ଣ୍ଣ ଅଡିଓ ବାର୍ତ୍ତାର ଯାଞ୍ଚ୍ କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking