28.1 C
Bhubaneswar
Sunday, September 8, 2024
Homeଦେଶ ବିଦେଶଆତଙ୍କବାଦ ମୁକ୍ତ ହେବ ଜମ୍ମୁ-କାଶ୍ମୀର: ଅନୁପ୍ରବେଶ କରିଛନ୍ତି ୫୦ରୁ ୫୫ ଆତଙ୍କୀ; ମୁତୟନ ହେଲେ ୫୦୦...

ଆତଙ୍କବାଦ ମୁକ୍ତ ହେବ ଜମ୍ମୁ-କାଶ୍ମୀର: ଅନୁପ୍ରବେଶ କରିଛନ୍ତି ୫୦ରୁ ୫୫ ଆତଙ୍କୀ; ମୁତୟନ ହେଲେ ୫୦୦ ପାରା କମାଣ୍ଡୋ

ନୂଆଦିଲ୍ଲୀ: ଜମ୍ମୁ ଅଞ୍ଚଳରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ସୁସଜ୍ଜିତ ପ୍ରାୟ ୫୫ରୁ ଊର୍ଦ୍ଧ୍ୱ ପାକିସ୍ତାନୀ ଆତଙ୍କବାଦୀ ପ୍ରବେଶ କରିଥିବା ସମ୍ପର୍କରେ ଗୁଇନ୍ଦା ସୂଚନା ମିଳିବା ପରେ ଭାରତ ସରକାର ଆକ୍ସନ ମୋଡ୍‌କୁ ଚାଲିଆସିଛନ୍ତି । ରିପୋର୍ଟ ଅନୁସାରେ ଭାରତ ସରକାରଙ୍କ ନିର୍ଦ୍ଦେଶକ୍ରମେ ଏବେ ଜମ୍ମୁ କାଶ୍ମୀରରେ ଚାଲିଥିବା ଆତଙ୍କବାଦୀ ଅଭିଯାନ ପାଇଁ ଭାରତୀୟ ସେନା ପକ୍ଷରୁ ଆହୁରି ୫୦୦ ପାରା କମାଣ୍ଡୋଙ୍କୁ ମୁତୟନ କରାଯାଇଥିବା ସୂଚନା ମିଳିଛି । ଗୁଇନ୍ଦା ରିପୋର୍ଟ ଆଧାରରେ ଭାରତୀୟ ସେନା ବିଭିନ୍ନ ଅସ୍ତ୍ରଶସ୍ତ୍ର ସହିତ ଏହି ଅଞ୍ଚଳରେ ନିଜର ଉପସ୍ଥିତିକୁ ପରିବର୍ତ୍ତନ କରିଛି । ଫଳରେ ଆଗାମୀ ଦିନରେ ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ ନିପାତ ଅଭିଯାନ ଆହୁରି ବ୍ୟାପକ ହେବ ବୋଲି ଅନୁମାନ କରାଯାଉଛି ।
ସୂଚନାଯୋଗ୍ୟ, ଜମ୍ମୁ କାଶ୍ମୀରରେ ଏବେ ପୁଣିଥରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇଥିବା ବେଳେ ଭାରତ ସରକାର ଏବେ ଆତଙ୍କବାଦୀ ନିରୋଧ ଅଭିଯାନକୁ ଜୋରଦାର କରିବାକୁ ଏବଂ ଶୂନ୍ୟ ସହନଶୀଳ ନୀତିରେ ଆତଙ୍କବାଦୀଙ୍କୁ ନିପାତ କରିବାକୁ ନିର୍ଦ୍ଦେଶ ଦେଇସାରିଛନ୍ତି । ଭାରତୀୟ ସେନା ମଧ୍ୟ ଏବେ ଏଦିଗରେ ଜୋରସୋରରେ କାମ କରିବା ଆରମ୍ଭ କରିଛି । ଗୁପ୍ତଚର ଏଜେନ୍ସିମାନଙ୍କୁ ଏବେ ଏସବୁ ଅଞ୍ଚଳରେ ସେମାନଙ୍କର ଉପସ୍ଥିତିକୁ ବଢ଼ାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଏମାନଙ୍କ କାମ ଏମାନେ ଆତଙ୍କବାଦୀଙ୍କ ସମ୍ପର୍କରେ ସଠିକ୍ ସୂଚନା ଭାରତୀୟ ସେନାକୁ ଦେବେ । ସେହିପରି ସାଧାରଣ ଲୋକଙ୍କ ମଧ୍ୟରେ ରହି ଆତଙ୍କବାଦୀଙ୍କୁ ସମର୍ଥନ କରୁଥିବା ଖୋଜି ବାହାର କରିବା ସମେତ ଆତଙ୍କବାଦୀ ସହାୟତା ଭିତ୍ତିଭୂମିକୁ ମୂଳରୁ ନାଶ କରିବା ଦିଗରେ ମଧ୍ୟ ଏମାନେ ସାହାଯ୍ୟ କରିବେ ।
ରିପୋର୍ଟ ଅନୁସାରେ ଏହା ସହିତ ପାକିସ୍ତାନର ଷଡ଼ଯନ୍ତ୍ରକୁ ବିଫଳ କରିବା ପାଇଁ ଭାରତୀୟ ସେନା ପକ୍ଷରୁ ବର୍ତ୍ତମାନ ସୁଦ୍ଧା ସମ୍ପୃକ୍ତ ଅଞ୍ଚଳ ପାଇଁ ଗୋଟିଏ ବ୍ରିଗେଡ୍‌ର ପ୍ରାୟ ୩,୫୦୦ ରୁ ୪୦୦୦ ସେନା ଯବାନ୍‌ଙ୍କୁ ମୁତୟନ କରାଯାଇଛି । ତେବେ ଏବେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଏବଂ ଯୋଗାଯୋଗ ସରଞ୍ଜାମ ସହିତ ଅନୁପ୍ରବେଶ କରିଥିବା ୫୦ରୁ ଅଧିକ ଆତଙ୍କବାଦୀଙ୍କୁ ଖୋଜି ଖୋଜି ସଫା କରିବା ପାଇଁ ସେନାର ବରିଷ୍ଠ ଅଧିକାରୀମାନେ ଜମ୍ମୁରେ ଡେରା ପକାଇ ଯୋଜନା କରୁଛନ୍ତି । ପ୍ରକାଶ, ଜମ୍ମୁ ଅଞ୍ଚଳରେ ସେନା ପୂର୍ବରୁ ରୋମିଓ ଏବଂ ଡେଲଟା ବାହିନୀ ସମେତ ରାଷ୍ଟ୍ରୀୟ ରାଇଫଲ୍ସର ଦୁଇଟି ଫୋର୍ସ ଏବଂ ଏହି ଅଞ୍ଚଳର ଅନ୍ୟ ନିୟମିତ ପଦାତିକ ବିଭାଗ ସହିତଆତଙ୍କବାଦୀ ବିରୋଧୀ ଅପରେଶନ ଚଳାଇଛନ୍ତି ।
ଏସବୁ ମଧ୍ୟରେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି । ସେନା ଯବାନ୍‌ଙ୍କ ପକ୍ଷରୁ କରାଯାଇଥିବା ସର୍ଚ୍ଚ ଅପରେସନ୍ ସମୟରେ ଅଷ୍ଟ୍ରିଆ ନିର୍ମିତ ଷ୍ଟେୟାର ଏୟୁଜି ରାଇଫଲ ମିଳିଛି । ଗୁରୁବାର (ଜୁଲାଇ୧୮) ଜମ୍ମୁ କାଶ୍ମୀରର କୁପୱାରା ଜିଲ୍ଲାର କେରନ ସେକ୍ଟରରେ ହୋଇଥିବା ଏକ ଏନ୍‌କାଉଣ୍ଟରରେ ନିହତ ହୋଇଥିବା ଆତଙ୍କବାଦୀଙ୍କ ନିକଟରୁ ସେନା କର୍ମଚାରୀ ଏହି ରାଇଫଲ୍‌କୁ ଜବତ କରିଛନ୍ତି । ତେବେ ଏପ୍ରକାର ରାଇଫଲ ଆତଙ୍କବାଦୀଙ୍କ ପାଖରୁ ଉଦ୍ଧାର ପରେ ସୁରକ୍ଷା ଏଜେନ୍ସିମାନେ ଚିନ୍ତିତ ଅଛନ୍ତି । କାରଣ ଏହି ରାଇଫଲଗୁଡିକ ବହୁତ ଉନ୍ନତ ଏବଂ ଏହାଦ୍ୱାରା ରାତିରେ ଦେଖିବା ଭଳି ଉପକରଣ ସଂଯୁକ୍ତ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking