ଭୁବନେଶ୍ୱର: ପହଲଗାମ ପ୍ରସଙ୍ଗରେ ବିଜେଡି ସାଂସଦ ସୁଲତାଙ୍କ ବିବାଦୀୟ ବୟାନ ଚାରିଆଡେ ଆଲୋଡନ ସୃଷ୍ଟି କରିଛି । ଆକ୍ରମଣ ସମୟରେ ଧର୍ମ ପଚାରିବା ସମ୍ଭବ ନୁହେଁ । ଆତଙ୍କବାଦୀ କେବେ ଧର୍ମ ସହ ବନ୍ଧା ନୁହେଁ କହିଛନ୍ତି ସୁଲତା । ସୁଲତାଙ୍କ ଏଭଳି ବୟାନକୁ ଦଳ ଭିତରୁ ବିରୋଧ କରାଯାଇଛି । ଏହି କଥାର ଜବାବ ଦେଇଛନ୍ତି ଦେବୀ ମିଶ୍ର । କହିଛନ୍ତି , ଉପହାସ କରୁଥିବା ଲୋକ ଉପହାସ ଯୋଗ୍ୟ । ଏଭଳି କଥା ଆଦୌ ଶୋଭନୀୟ ନୁହେଁ ।