31.1 C
Bhubaneswar
Wednesday, February 11, 2026
Homeଓଡିଶାଆତଙ୍କୀ ହମ୍‌ଲା, ଜଣେ ଯବାନ ଆହତ

ଆତଙ୍କୀ ହମ୍‌ଲା, ଜଣେ ଯବାନ ଆହତ

ଜମ୍ମୁକଶ୍ମୀର : ଜମ୍ମୁକଶ୍ମୀରର ସଞ୍ଜୱାନ ଆର୍ମି ବେସ ଉପରେ ଆତଙ୍କୀ ହମ୍‌ଲା ହୋଇଛି। ଏଥିରେ ଜଣେ ଯବାନ ଆହତ ହୋଇଥିବା ସୂଚନା ମିଳିଛି। ସୋମବାର ଜମ୍ମୁ-କଶ୍ମୀରର ଜମ୍ମୁ ଦାରବାର ନିକଟରେ ଥିବା ସଞ୍ଜୱାନ ସେନା ଶିବିର ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ସେନା କ୍ୟାମ୍ପକୁ ଟାର୍ଗେଟ୍‌ କରି ଆତଙ୍କବାଦୀମାନେ ଗୁଳିମାଡ଼ କରିଥିଲେ। ଏହାର ପାଲଟା ଯବାବରେ ସେନା ମଧ୍ୟ ଗୁଳିମାଡ କରିଛି। ଏଥିରେ ଜଣେ ଯବାନ ଗୁରୁତର ଆହତ ହୋଇଛନ୍ତି। କ୍ୟାମ୍ପ୍‌ର ସାଣ୍ଟ୍ରି ପୋଷ୍ଟ ପାଖାପାଖି ଏହି ଆକ୍ରମଣ ଘଟିଥିବାର ସୂଚନା ମିଳିଛି। ସୂଚନା ମୁତାବକ, ଆଜି ସାକଳ ୧୧ଟାରେ ଆତଙ୍କବାଦୀମାନେ ଗୁଳିମାଡ଼ କରିଥିଲେ। ପାଖାପାଖି ୨୦୦ ମିଟର ଦୂରତାରୁ ଆତଙ୍କବାଦୀମାନେ ସେନା କ୍ୟାମ୍ପ ଉପରକୁ ଟାର୍ଗେଟ କରିଥିଲେ। ଫଳରେ ବୁଲେଟ୍ ସିଧାସଳଖ ଯାଇ ନିୟୋଜିତ ଥିବା ଜଣେ ଯବାନକୁ ମାଡ଼ ହୋଇଥିଲା। ଆହତ ଯବାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ଅଞ୍ଚଳରେ ୨ରୁ ୩ ଆତଙ୍କବାଦୀ ଲୁଚି ରହିଥିବା କୁହାଯାଉଛି। ସଂପୃକ୍ତ ଅଞ୍ଚଳକୁ ସିଲ୍‌ କରି ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି। ଉଲ୍ଲେଖଯୋଗ୍ୟ, ଗତ ସପ୍ତାହରେ ଅଗଷ୍ଟ ୩୧ ତାରିଖରେ ଜମ୍ମୁ-କଶ୍ମୀରର ବନ୍ଦିପୋରା ଜିଲ୍ଲାର ଗୁରେଜ ସେକ୍ଟରରେ ଲାଇନ୍ ଅଫ୍ କଣ୍ଟ୍ରୋଲ୍ (ଏଲ୍‌ଓସି)ରେ ଅନୁପ୍ରବେଶ ଉଦ୍ୟମକୁ ସୁରକ୍ଷା ବାହିନୀ ବିଫଳ କରିଥିଲା। ଆତଙ୍କବାଦୀ ଏବଂ ଭାରତୀୟ ସେନା ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ୩ ଜଣ ଆତଙ୍କବାଦୀ ନିହତ ହୋଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking