14.1 C
Bhubaneswar
Tuesday, January 13, 2026
Homeଦେଶ ବିଦେଶଆତଙ୍କୀ ହମଲା: ୩ ସୁରକ୍ଷାକର୍ମୀ ମୃତ

ଆତଙ୍କୀ ହମଲା: ୩ ସୁରକ୍ଷାକର୍ମୀ ମୃତ

ପାକିସ୍ତାନ : ପାକିସ୍ତାନ ସେନା ଉପରେ ଆତଙ୍କବାଦୀ ହମଲା। ଏଥିରେ ୩ ଜଣ ସୁରକ୍ଷାକର୍ମୀ ପ୍ରାଣ ହରାଇଥିବା ବେଳେ ଆଉ କିଛି ଯବାନ ଗୁରୁତର ଆହତ ହୋଇଛନ୍ତି। ଆଫଗାନିସ୍ତାନ ସୀମାରୁ ଆତଙ୍କବାଦୀମାନେ ଖାୟବର ପାଖତୁନଖ୍ୱାରେ ଥିବା ପୋଷ୍ଟ ଉପରେ ଏପରି ଆକ୍ରମଣ କରିଛନ୍ତି। ଆତଙ୍କବାଦୀମାନେ ସୋମବାର ଭୋର ସମୟରେ ବାଜଉର ଜିଲ୍ଲାର ୱାର ମାମୁଣ୍ଡ ଅଞ୍ଚଳରେ ଥିବା ପାକିସ୍ତାନୀ ସୀମା ସୁରକ୍ଷାବଳର ପୋଷ୍ଟ ଉପରେ ହମଲାର କରିଥିଲେ। ଏହି ଅଞ୍ଚଳଟି ପାକିସ୍ତାନ ଓ ଆଫଗାନ ସୀମାରେ ରହିଛି। ଆତଙ୍କବାଦୀଙ୍କ ହମଲା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଏହାର ଜବାବ ଦିଆଯାଇଥିଲା। ୨ ପକ୍ଷ ମଧ୍ୟରେ ଆରମ୍ଭ ହୋଇଥିବା ଗୁଳି ବିନିମୟ ବେଳେ ପାକିସ୍ତାନ ସେନାର ୩ ଜଣ ଯବାନ ପ୍ରାଣ ହରାଇଛନ୍ତି। ରବିବାର ଆତଙ୍କବାଦୀମାନେ ଖାବର ପାଖତୁନଖ୍ୱାର ଲକ୍କି ମାରୱାତ ଜିଲ୍ଲାରେ ଥିବା ବାରଗାଇ ପୁଲିସ୍‌ ଷ୍ଟେସନରେ ଆକ୍ରମଣ କରିଥିଲେ। ଏଥିଯୋଗୁ ଘଟଣା ସ୍ଥଳରେ ୨ ଜଣ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା। ସେହିପରି ଆକ୍ରମଣରେ ଆହତ ହୋଇଥିବା ଏସଏଚ୍‌ଓ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲେ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking