29.1 C
Bhubaneswar
Monday, February 9, 2026
Homeଦେଶ ବିଦେଶଆତଙ୍କୀ ଆକ୍ରମଣ : ୧୨ ସୈନ୍ୟ ନିହତ

ଆତଙ୍କୀ ଆକ୍ରମଣ : ୧୨ ସୈନ୍ୟ ନିହତ

ନୂଆଦିଲ୍ଲୀ : ପାକିସ୍ତାନ ଖୈବର ପଖତୁନଖ୍ୱା ପ୍ରଦେଶରେ ଥିବା  ବାନୁନ ଠାରେ  ମଙ୍ଗଳବାର ସନ୍ଧ୍ୟାରେ ଏପରି ବିସ୍ଫୋରଣ ହେଇଛି ।   ଆତ୍ମଘାତୀ ଆକ୍ରମଣରେ ୧୨ ଜଣ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ହୋଇଛି । ବିସ୍ଫୋରକ ଭର୍ତ୍ତି ଗାଡି ଧକ୍କା ଦେଇ  ସେନା ପୋଷ୍ଟକୁ ଉଡାଇଦେଲେ । ୧୨ ପାକିସ୍ତାନୀ ସୈନ୍ୟଙ୍କ ମୃତ୍ୟୁ ହୋଇଥିବା ବେଳେ  ଏକାଧିକ ଆହତ ହୋଇଥିବା ସୂଚନା ରହିଛି । ଆହତ ସୈନ୍ୟମାନଙ୍କୁ ନିକଟସ୍ଥ  ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।   ପାକିସ୍ତାନ ତାଲିବାନରୁ ବାହାରିଥିବା ହାଫିଜ ଗୁଲ ବାହାଦୁର ସଂଗଠନ  ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛି । ଆତଙ୍କବାଦୀ  ସଂଗଠନ ବୟାନ ଜାରି କରି ଆକ୍ରମଣ କରିଥିବା ସ୍ପଷ୍ଟ କଲା । ପାକିସ୍ତାନୀ ତାଲିବାନର ସଂଗଠନ  ହାଫିଜ ଗୁଲ ବାହାଦୂର । ସବୁଠୁ ବଡ କଥା ଏହା ଯେ ଏଯାବତ  ପାକିସ୍ତାନ ସରକାର କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି । ଆକ୍ରମଣ ପଛରେ ଥିବା ସଂଗଠନ ବିରୋଧରେ ସେନା ଓ ଗୁଇନ୍ଦା ଅଧିକାରୀମାନେ ଅପରେସନ ଆରମ୍ଭ କରିଦେଇଥିବା ଜଣାପଡ଼ିଛି। ୨୦୨୨ ନଭେମ୍ବର ମାସରୁ ପାକିସ୍ତାନରେ କ୍ରମାଗତ ଭାବେ ଆତଙ୍କବାଦୀ ହମଲା ବଢ଼ିବାରେ ଲାଗିଛି। ପାକିସ୍ତାନୀ ତାଲିବାନ ସରକାର ସହ କରିଥିବା ‌ଅସ୍ତ୍ରବିରତି ଚୁକ୍ତି ଶେଷ ହେବା ପରେ ହିଂସା ବଢ଼ୁଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking