26.1 C
Bhubaneswar
Sunday, July 20, 2025
Homeଦେଶ ବିଦେଶଭୟଙ୍କର ପ୍ଲେନ୍ କ୍ରାଶ୍‌: ଲିଭିଗଲା ୨୬୫ ଜଣଙ୍କ ଜୀବନଦୀପ

ଭୟଙ୍କର ପ୍ଲେନ୍ କ୍ରାଶ୍‌: ଲିଭିଗଲା ୨୬୫ ଜଣଙ୍କ ଜୀବନଦୀପ

ଅହମଦାବାଦ୍‌: ଭାରତ ପାଇଁ ଗୁରୁବାର ଆଉ ଏକ କଳାଦିନ ସାବ୍ୟସ୍ତ ହୋଇଛି। ଭାରତ ଓ ଭାରତୀୟଙ୍କ ଉପରେ ଦୁଃଖର ପାହାଡ଼ ଲଦି ହୋଇପଡ଼ିବା ଭଳି ଘଟଣା ଘଟିଛି, ଯାହା ଭାରତ ତଥା ବିଶ୍ୱକୁ ଦୋହଲାଇ ଦେଇଛି। ଏକ ଭୟଙ୍କର ବିମାନ ଦୁର୍ଘଟଣାରେ ଏକ ସଙ୍ଗେ ୨୬୫ ଜଣଙ୍କ ଜୀବନଦୀପ ଲିଭିଯାଇଛି। ଏହି ମର୍ମନ୍ତୁଦ ହୃଦୟ ବିଦାରକ ଘଟଣାକୁ ନେଇ ବିଶ୍ୱସ୍ତରୀୟ ନେତୃବୃନ୍ଦ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରବର୍ଗ ପ୍ରତି ସମବେଦନା ଜଣାଇଛନ୍ତି।

ରିପୋର୍ଟ ଅନୁସାରେ ଗୁଜରାଟର ଅହମଦାବାଦରୁ ଲଣ୍ଡନ ଅଭିମୁଖେ ଯାତ୍ରା କରୁଥିବା ଏୟାର୍ ଇଣ୍ଡିଆ ବିମାନ ଏଆଇ ୧୭୧ (ବୋଇଂ ୭୮୭ ଡ୍ରିମ୍‌ଲାଇନର) ଗୁୂରୁବାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ବିମାନରେ ଥିବା ସମସ୍ତ ଯାତ୍ରୀ ଏବଂ ବିମାନର କର୍ମଚାରୀମାନେ ପ୍ରାଣ ହରାଇଥିଲେ । ଏହି ଦୁର୍ଘଟଣାର ଭୟାବହ ଦୃଶ୍ୟର ଭିଡିଓ ଓ ଫଟୋ ସାମ୍ନାକୁ ଆସିଛି, ଯାହାକି ଛାତି ଥରାଇଦେବା ଭଳି ହୋଇଛି। ଦୁର୍ଘଟଣାସ୍ଥଳରେ ୩ରୁ ଅଧିକ ଏନ୍‌ଡିଆର୍‌ଏଫ୍ ଦଳ ସମେତ ଅନ୍ୟ ଉଦ୍ଧାରକାରୀ ଦଳ ନିୟୋଜିତ ହୋଇଥିଲେ ଏବଂ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଛନ୍ତି ।

 ନିଆଁ ଲାଗିଥିବା ଅବସ୍ଥାରେ ହିଁ ବିମାନଟି ସିଧାସଳଖ ଯାଇ ଏଠାରେ ଥିବା ୪ଟି ରେସିଡେନ୍‌ସିଆଲ୍ ଡକ୍ଟରସ୍ ବିଲ୍ଡିଂର ଛାତ ଉପରେ ଖସିପଡିଥିଲା। ଏସବୁ ବିଲ୍ଡି ଅହମଦାବାଦ୍‌ର ସିଭିଲ୍ ହସ୍ପିଟାଲ ବା ବିଜେ ମେଡିକାଲ କଲେଜ ଏବଂ ହସ୍ପିଟାଲର ହଷ୍ଟେଲ ଥିଲା।, ଯେଉଁଠାରେ ଉଭୟ ୟୁଜି ଏବଂ ପିଜି ବର୍ଗର ଟ୍ରେନି ଡାକ୍ତରମାନେ ରହୁଥିଲେ। ତେବେ ଯେଉଁ ସମୟରେ ବିମାନଟି ଏହି ବିଲ୍ଡିଂରେ ଧକ୍କା ହୋଇଥିଲା, ସେହିସମୟରେ ଉକ୍ତ ବିଲ୍ଡିଂରେ ପ୍ରାୟ ୫୦ରୁ ୬୦ ଡାକ୍ତର ଥିଲେ ଏବଂ ମଧ୍ୟାହ୍ନଭୋଜନ କରୁଥିଲେ। ବିମାନଟି ମାଡ଼ ହେବା ଘଟଣାରେ ୫ ଡାକ୍ତରୀ ଛାତ୍ର (୪ଜଣ ୟୁଜି ଏବଂ ଜଣେ ପିଜି)ଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ରୁ ଅଧିକ ଡାକ୍ତର ଗୁରୁତର ଭାବେ ଆହତ ହୋଇଥିବା ଅହମଦାବାଦ୍ ପୁଲିସ୍ କମିଶନର ଜିଏସ୍ ମଲ୍ଲିକ୍ କହିଛନ୍ତି।

ବିମାନରେ ଥିବା ୨୩୦ ଜଣ ଯାତ୍ରୀଙ୍କ ମଧ୍ୟରେ ୧୬୯ ଜଣ ଭାରତୀୟ, ୫୩ ଜଣ ବ୍ରିଟିଶ ନାଗରିକ, ୭ ଜଣ ପର୍ତ୍ତୁଗୀଜ ଏବଂ ଜଣେ କାନାଡିଆନ ଥିଲେ, ଏବଂ ୧୨ ଜଣ କ୍ରୁ ସଦସ୍ୟ ଥିଲେ। ମୃତକଙ୍କ ମଧ୍ୟରେ ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ମଧ୍ୟ ଥିଲେ ।  AI-171 ବିମାନ ବିଜୟ ରୂପାଣୀ ଯାତ୍ରା କରୁଥିଲେ । ସୂଚନା ଅନୁଯାୟୀ, ବିଜୟ ରୂପାଣୀଙ୍କ ଝିଅ ଗତ ଛଅ ମାସ ଧରି ଲଣ୍ଡନରେ ଅଛନ୍ତି ଏବଂ ଆଜି ରୂପାଣୀ ତାଙ୍କ ଝିଅଙ୍କୁ ଫେରାଇ ଆଣିବା ପାଇଁ ଲଣ୍ଡନ ଯାତ୍ରା କରୁଥିଲେ ।କେବଳ ଜଣେ ବ୍ୟକ୍ତି ଜୀବିତ ଉଦ୍ଧାର ପାଇପାରିଥିଲେ – ୧୧ଏରେ ବସିଥିବା ଜଣେ ଯାତ୍ରୀ ବିଶ୍ୱସକୁମାର ରମେଶ। ସେ ଅହମ୍ମଦାବାଦ ସିଭିଲ୍ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।ମଧ୍ୟାହ୍ନ ଭୋଜନ ସମୟରେ ବିମାନଟି ଏକ ମେଡିକାଲ କଲେଜର ହଷ୍ଟେଲ ବ୍ଲକରେ ଖସିପଡ଼ିଥିଲା, ଯାହା ଫଳରେ ଭୂମିରେ ମୃତାହତଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା। ସେନା, NDRF, CISF ଏବଂ ସ୍ଥାନୀୟ ଅଗ୍ନିଶମ ସେବାକୁ ନେଇ ଏକ ବିଶାଳ ବହୁ-ଏଜେନ୍ସି ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking