23.1 C
Bhubaneswar
Monday, December 22, 2025
Homeଦେଶ ବିଦେଶଭୟଙ୍କର ପରମାଣୁ ଲିକ୍‌? ଧ୍ୱଂସ ହୋଇଯିବ ପାକିସ୍ତାନ!

ଭୟଙ୍କର ପରମାଣୁ ଲିକ୍‌? ଧ୍ୱଂସ ହୋଇଯିବ ପାକିସ୍ତାନ!

ଇସଲାମବାଦ: ପାକିସ୍ତାନର ସରଗୋଧା ଅଞ୍ଚଳରେ ଅବସ୍ଥିତ କିରାନା ହିଲ୍ସରେ ଥିବା ପରମାଣୁ ଅସ୍ତ୍ର ଠିକଣାରେ ଉପରେ ଭାରତ ଆକ୍ରମଣ କରି ଏହାକୁ ଧ୍ୱଂସ କରିଛି ବୋଲି ପୂର୍ବତନ ଭାରତୀୟ ବାୟୁସେନା (ଆଇଏଫ) ପାଇଲଟ ଗ୍ରୁପ କ୍ୟାପଟେନ ଏମ୍ଜେ ଅଗଷ୍ଟିନ ଭିନୋଦ (ଅବସରପ୍ରାପ୍ତ) ଦାବି କରିଛନ୍ତି। ଭାରତର ‘ଅପରେଶନ ସିନ୍ଦୂର’ ଅଧୀନରେ ବ୍ରହ୍ମୋସ ମିସାଇଲବେଳେ ପାକ୍‌ର ଏହି ପରମାଣୁ ବେସ୍‌ ଧ୍ୱଂସ ହୋଇଥିବା କୁହାଯାଉଛି। ଯାହାପରେ ଏହି ପରମାଣୁ ଲିକ୍‌ ହୋଇଥିବା ଓପିନିୟନ ଆର୍ଟିକଲରେ ଉଲ୍ଲେଖ କରାଯାଇଛିି। ତେବେ, ଏହି ଦାବି ସମ୍ପର୍କରେ ଭାରତ ବା ପାକିସ୍ତାନ ସରକାରଙ୍କ ତରଫରୁ କୌଣସି ଆଧିକାରିକ ନିଷ୍ପତ୍ତି ମିଳିନାହିଁ।

ସୂଚନା ଅନୁଯାୟୀ, ମେ ୨୦୨୫ରେ ପାକିସ୍ତାନର ସରଗୋଧା ଅଞ୍ଚଳରେ ଅଜବ ଘଟଣା ଘଟିଥିଲା। ସାଟେଲାଇଟ ଫଟୋରେ ଅଞ୍ଚଳଟି ଧୂଆଁ ଧୂଆଁ ଦେଖାଯାଇଥିଲା ଏବଂ ସୋସିଆଲ ମିଡିଆରେ ମିସାଇଲ ଆକ୍ରମଣ ପରେ ଧୂଆଁ କୁଣ୍ଡଳୀ ଆକୃତିର ବିସ୍ଫୋରଣ ଦୃଶ୍ୟ ଭାଇରାଲ ହୋଇଥିଲା। ରେଡିଓ ଇଣ୍ଟରସେପ୍ଟରେ ପାକିସ୍ତାନୀ ସୈନ୍ୟଙ୍କ ମଧ୍ୟରେ ଆତଙ୍କିତ କଥାବାର୍ତ୍ତା ରେକର୍ଡ ହୋଇଥିଲା। ଏହି ଘଟଣା ପରେ କିରାନା ହିଲ୍ସ, ଯେଉଁଠାରେ ପାକିସ୍ତାନ ଗୁପ୍ତରେ ପରମାଣୁ ଅସ୍ତ୍ର ପରୀକ୍ଷା କରୁଥିବା ଅଭିଯୋଗ ରହିଛି, ସେହି ସ୍ଥାନ ଚର୍ଚ୍ଚାରେ ଆସିଥିଲା। ସୋସିଆଲ ମିଡିଆରେ ଏହା ମଧ୍ୟ ଦାବି କରାଯାଇଛି ଯେ ଆମେରିକାର ଏକ ପରମାଣୁ ନିରାପତ୍ତା ବିମାନ (ବି-୩୫୦ ଏଏମଏସ) ପାକିସ୍ତାନ ଉପରେ ଉଡ଼ିଥିବା ଦେଖାଯାଇଥିଲା, ଯାହା ରେଡିଓଆକ୍ଟିଭ ଲିକର ଆଶଙ୍କାକୁ ବଢ଼ାଇଛି। ଗ୍ରୁପ କ୍ୟାପଟେନ ଭିନୋଦଙ୍କ ଅନୁଯାୟୀ, କିରାନା ହିଲ୍ସ ୧୯୮୩ ରୁ ୧୯୯୦ ମଧ୍ୟରେ ପାକିସ୍ତାନର ପରମାଣୁ ପରୀକ୍ଷା ପାଇଁ ଏକ ଗୁପ୍ତ ସ୍ଥାନ ଥିଲା। ଏହି ସ୍ଥାନରେ ‘କୋଲ୍ଡ ଟେଷ୍ଟ’ କରାଯାଇଥିଲା, ଯାହା ପରମାଣୁ ବିସ୍ଫୋରଣର ଅନୁକରଣ କରୁଥିଲା।

ଏହା ଦକ୍ଷିଣ ଏସିଆରେ ପରମାଣୁ ଅସ୍ତ୍ରର ବ୍ୟବହାରର ସୀମାକୁ ହ୍ରାସ କରିପାରେ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି। ଏହି ଘଟଣାର ପୃଷ୍ଠଭୂମି ଗତ ଏପ୍ରିଲ ୨୨ରେ ଜମ୍ମୁ ଓ କଶ୍ମୀରର ପାହାଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ, ଯେଉଁଥିରେ ୨୬ ଜଣ ପର୍ଯ୍ୟଟକ ନିହତ ହୋଇଥିଲେ। ଭାରତ ଏହା ପାଇଁ ପାକିସ୍ତାନକୁ ଦାୟୀ କରି ମେ ୭ରେ ‘ଅପରେଶନ ସିନ୍ଦୂର’ ଆରମ୍ଭ କରିଥିଲା। ଏହି ଅଭିଯାନରେ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀରରେ ଆତଙ୍କବାଦୀ ଭିତ୍ତିଭୂମିକୁ ଲକ୍ଷ୍ୟ କରାଯାଇ ଜୈଶ-ଏ-ମହମ୍ମଦ, ଲସ୍କର-ଏ-ତୋଇବା ଏବଂ ହିଜବୁଲ ମୁଜାହିଦ୍ଦିନ ସଂଗଠନର ୧୦୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking