26.1 C
Bhubaneswar
Tuesday, September 17, 2024
Homeଦେଶ ବିଦେଶଭୟଙ୍କର ଘଟଣା: ନିଜ ସ୍ତ୍ରୀଙ୍କ ସହ ନିଷ୍ଠୁର ସ୍ୱାମୀ କରିଥିବା ଜଘନ୍ୟକାଣ୍ଡର ଖବର ସମସ୍ତଙ୍କୁ ବିଚଳିତ...

ଭୟଙ୍କର ଘଟଣା: ନିଜ ସ୍ତ୍ରୀଙ୍କ ସହ ନିଷ୍ଠୁର ସ୍ୱାମୀ କରିଥିବା ଜଘନ୍ୟକାଣ୍ଡର ଖବର ସମସ୍ତଙ୍କୁ ବିଚଳିତ କରିଛି

ଫ୍ରାନ୍ସ: ସାମ୍ନାକୁ ଆସିଛି ଅତ୍ୟନ୍ତ ଭୟଙ୍କର ଘଟଣା । ନିଜ ସ୍ତ୍ରୀଙ୍କ ସହ ଜଣେ ନିଷ୍ଠୁର ସ୍ୱାମୀ କରିଥିବା ଜଘନ୍ୟକାଣ୍ଡର ଖବର ସମସ୍ତଙ୍କୁ ବିଚଳିତ କରିଛି । ସ୍ୱାମୀ ଜଣଙ୍କ ପତ୍ନୀଙ୍କୁ ନିଶା ଦେଇ ଅଚେତ କରିବା ପରେ ଅଜଣା ଲୋକଙ୍କୁ ଘରକୁ ଡାକୁଥିଲେ । ଏହାପରେ ସେମାନଙ୍କ ଦ୍ୱାରା ପତ୍ନୀଙ୍କୁ ଦୁଷ୍କର୍ମ କରାଉଥିଲେ । ଦୀର୍ଘ ୧୦ ବର୍ଷ ଧରି ବ୍ୟକ୍ତି ଜଣଙ୍କ ଏପରି କାଣ୍ଡ ଘଟାଇ ଚାଲିଥିଲେ । ଏପରି ଏକ ଘଟଣା ଫ୍ରାନ୍ସରେ ଘଟିଥିବା ବେଳେ ସୋମବାର ଠାରୁ କୋର୍ଟରେ ଏହାର ଶୁଣାଣି ଆରମ୍ଭ ହୋଇଛି । ଘଟଣା ସାମ୍ନାକୁ ଆସିବା ପରେ ଶତାଧିକ ମହିଳା ଓ ଯୁବତୀ କଳା ପୋଷାକ ପିନ୍ଧି ତ୍ୱରିତ ନ୍ୟାୟ ପାଇଁ ବିକ୍ଷୋଭ ଆରମ୍ଭ କରିଛନ୍ତି । ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଜଣେ ୭୧ ବର୍ଷୀୟ ବ୍ୟକ୍ତି । ସେ ଫ୍ରାନ୍ସ ସରକାରଙ୍କ ମାଲିକାନାରେ ଥିବା ପାୱାର ୟୁଟିଲିଟୀ କମ୍ପାନୀ ଇଡିଏଫର ପୂର୍ବତନ କର୍ମଚାରୀ । ତାଙ୍କ ସହ ଏହି ଜଘନ୍ୟକାଣ୍ଡ ଘଟାଇଥିବା ଆଉ ୫୦ ଜଣ ବ୍ୟକ୍ତିଙ୍କ ବିରୋଧରେ ମଧ୍ୟ ଶୁଣାଣି ଆରମ୍ଭ ହୋଇଛି । ପୁଲିସ୍‌ର କହିବା କଥା ଯେ ୭୧ ବର୍ଷୀୟ ବ୍ୟକ୍ତିଙ୍କ ସହାୟତାରେ ତାଙ୍କ ପତ୍ନୀ ୯୨ ଥର ଦୁଷ୍କର୍ମର ଶିକାର ହୋଇଛନ୍ତି । ୭୨ ଜଣ ଏପରି କାଣ୍ଡ ଘଟାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫୧ ଜଣଙ୍କୁ ଚିହ୍ନଟ କରାଯାଇଛି ।

ଅନଲାଇନ ଦ୍ୱାରା ଏସବୁ କାମ ଚାଲିଥିଲା । ୭୨ ବର୍ଷୀୟ ମହିଳାଙ୍କୁ ୧୦ ବର୍ଷ ଧରି ଦୁଷ୍କର୍ମ କରାଯାଉଥିଲେ ହେଁ ସେ ଏ ସମ୍ପର୍କରେ କିଛି ବି ଜାଣି ପାରୁ ନଥିଲେ । କାରଣ ତାଙ୍କୁ ବିପୁଳ ମାତ୍ରାରେ ନିଶା ଦିଆଯାଉଥିଲା । ୨୬ରୁ ୭୪ ବର୍ଷ ବୟସ୍କ ଲୋକମାନେ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ପ୍ରିଜାଇଡିଂ ଜଜ ରୋଜର ଅରାତା ଘୋଷଣା କରିଛନ୍ତି ଯେ ଶୁଶାଣି ବେଳର ତଥ୍ୟ ସାର୍ବଜନୀନ ହେବ । କୋର୍ଟ ମହିଳାଙ୍କ ଉପରେ ମାମଲାର ଗୋପନୀୟତା ଛାଡ଼ିଥିଲେ । ମହିଳା ଜଣଙ୍କ ମଧ୍ୟ ସମସ୍ତଙ୍କ ମଧ୍ୟରେ ସଚେତନା ସୃଷ୍ଟି କରିବାକୁ ଯଥା ସମ୍ଭବ ଘଟଣାର ପ୍ରଚାର କରିବାକୁ ରାଜି ହୋଇଛନ୍ତି । ତାଙ୍କ ସହ ଯାହା ସବୁ ଘଟିଛି, ଆଉ କାହା ସହ ଏପରି ନ ଘଟୁ ବୋଲି ସେ ଚାହୁଁଛନ୍ତି । ୧୦ ବର୍ଷୀ ଧରି ମହିଳା ସହ ଘଟିଥିବା ନିର୍ଯାତନା ସମ୍ପର୍କରେ ସେ ପ୍ରଥମଥର ପାଇଁ ସାମ୍ନା କରିବାକୁ ଯାଉଛନ୍ତି । ୧୦ ବର୍ଷ ଧରି ତାଙ୍କ ସହ ଏତେ ସବୁ ଘଟି ଯାଇଥିଲେ ହେଁ ସେ କେବଳ ୨୦୨୦ରେ ଏ ସମ୍ପର୍କରେ ଜାଣିବାକୁ ପାଇଥିଲେ । ମହିଳା ଜଣଙ୍କ ନିଜର ୩ ପିଲାଙ୍କ ସହ ସୋମବାର କୋର୍ଟ ରୁମକୁ ଆସିଥିଲେ । ସେ ରୁଦ୍ଧଦ୍ୱାର ବିଚାର ପାଇଁ ମନା କରିଛନ୍ତି । କାରଣ ତାଙ୍କ ସହ ଘଟାଇଥିବା ଜଘନ୍ୟକାଣ୍ଡର ଅଭିଯୁକ୍ତମାନଙ୍କ ଅସଲ ଚେହେରାକୁ ସେ ପର୍ଦ୍ଦାଫାସ କରିବାକୁ ଚାହୁଁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking