କେନ୍ଦ୍ରାପଡା: ଅର୍ବାନ କୋଅପରେଟିଭ ବ୍ୟାଙ୍କରେ ନିଆଁ ଲାଗିଛି । ବଳଗଣ୍ଡି ଶାଖା ଅର୍ବାନ କୋ ଅପରେଟିଭ ବ୍ୟାଙ୍କରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ତେବେ ଏହି ଅଗ୍ନିକାଣ୍ଡ ସର୍ଟସର୍କିଟୁ ଲାଗିଥିବା ନେଇ ସୂଚନା ମିଳୁଛି । ସ୍ଥାନୀୟ ଲୋକେ ଏହାଦେଖି ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇବା ମାତ୍ରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇବା ପାଇଁ ଉଦ୍ୟମ ଜାରି ରଖିଛି ।