14.1 C
Bhubaneswar
Sunday, December 7, 2025
Homeଦେଶ ବିଦେଶଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ

ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ

ନୂଆଦିଲ୍ଲୀ: ଭୟଙ୍କର ଅଗ୍ନିକାଣ୍ଡ । ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଅନ୍ୟ ଜଣେ ସାମାନ୍ୟ  ଆହତ ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ମୁଜାଫରପୁର ମୋତିପୁର ନଗର ପରିଷଦ ନେତା ରୋଡରେ ଘଟିଛି ।  ସୂଚନା ଅନୁସାରେ, ଆଜି ଭୋର ୩ଟାରୁ ୪ଟା ମଧ୍ୟରେ ଲାଲନ ସାହଙ୍କ ଘରର ତୃତୀୟ ମହଲାରେ  ହଠାତ ନିଆଁ ଲାଗିଯାଇଥିଲା ।  ନିଆଁ  ଏତେ ଜର ବ୍ୟାପିଗଲା ଯେ ଆୟତ୍ତ କରିବା କଷ୍ଟ ହୋଇପଡିଥିଲା । ଗୁରୁତର ୪ ଜଣଙ୍କର ଶରୀରର ୭୦ରୁ ୮୦ ପ୍ରତିଶତ ପୋଡିଯାଇଛି ।  ତାଙ୍କୁ  ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।  ଅଗ୍ନିଶମ ବାହିନୀ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି  ା ପୋଲିସ ସହିତ ଏଫଏସଏଲ ଟିମ ଘଟଣାସ୍ଥଳରେ  ପହଞ୍ଚି  ଘଟଣାର କାରଣ ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking