17.1 C
Bhubaneswar
Friday, December 26, 2025
Homeଦେଶ ବିଦେଶଭୟଙ୍କର ବସ୍ ଦୁର୍ଘଟଣା ; ୧୧ ମୃତ, ୪୦ ଆହତ

ଭୟଙ୍କର ବସ୍ ଦୁର୍ଘଟଣା ; ୧୧ ମୃତ, ୪୦ ଆହତ

ଶିବଗଙ୍ଗା: ତାମିଲନାଡୁର ଶିବଗଙ୍ଗା ଜିଲ୍ଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ରବିବାର ଦୁଇଟି ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୧୧ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୪୦ ଜଣ ଲୋକ ଆହତ ହୋଇଛନ୍ତି। ପୁଲିସ ସୂଚନା ଅନୁସାରେ , ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ତିରୁପ୍ପତ୍ତୁର ନିକଟସ୍ଥ କୁମ୍ମାନଗୁଡି ରୋଡ୍ରେ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ପିଲା ମଧ୍ୟ ଅଛନ୍ତି। ଗୋଟିଏ ବସ୍ ତିରୁପ୍ପୁରରୁ କରାଇକୁଡି ଯାଉଥିଲା, ଅନ୍ୟ ବସ୍ଟି କରାଇକୁଡିରୁ ଦିନ୍ଦିଗୁଲ ଆଡ଼କୁ ଯାଉଥିଲା। ଶିବଗଙ୍ଗା ଜିଲ୍ଲାର ପୁଲିସ ଅଧିକାରୀ ଶିବ ପ୍ରସାଦ ଦୁର୍ଘଟଣା ବିଷୟରେ ସ୍ପଷ୍ଟ କରି କହିଛନ୍ତି, ବସ ଦୁଇଟି ଧକ୍କା ହେବାର ଖବର ଜାଣିବା ପରେ , ତୁରନ୍ତ ଘଟଣା ସ୍ଥଳରେ ଉଦ୍ଧାର ଓ ସୁରକ୍ଷା କାର୍ଯ୍ୟ ଆରମ୍ଭ କରିଦିଆ ଯାଇଥିଲା। ପ୍ରତ୍ୟକ୍ଷର୍ଶୀଙ୍କ ଅନୁସାରେ , ଧକ୍କା ଏତେ ଜୋରଦାର ଥିଲା ଯେ, ଘଟଣାସ୍ଥଳରେ ଚିତ୍କାର ଶୁଣିବାକୁ ମିଳିଥିଲା ଏବଂ ପୁଲିସକର୍ମୀ ତଥା ସ୍ଥାନୀୟ ଲୋକେ ଆହତଙ୍କୁ ବଞ୍ଚାଇବା ପାଇଁ ଦୁର୍ଘଟଣା ସ୍ଥଳକୁ ଦୌଡ଼ି ଥିଲେ।

ପୁଲିସ ଅଧିକାରୀମାନେ କହିଛନ୍ତି ,ଧକ୍କା ହେବା କାରଣରୁ ଗାଡ଼ି ଦୁଇଟିର ସମ୍ମୁଖ ଭାଗ ସଂପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇ ଯାଇଛି। ଉକ୍ତ ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ଅନେକ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ପୁଲିସ ଅନୁସାରେ , ଦୁର୍ଘଟଣାର ସୂଚନା ପାଇବା କ୍ଷଣି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଶିବଗଙ୍ଗା ଜିଲ୍ଲା ହସ୍ପିଟାଲରେ ପହଞ୍ଚାଇ ଥିଲା, ଯେଉଁଠି ଡାକ୍ତରମାନେ କହିଥିଲେ ଯେ, ଅନେକ ଆହତଙ୍କ ସ୍ଥିତି ଏବେ ବି ଗୁରୁତର ରହିଛି। ଅନ୍ୟପଟେ ଏହି ଦୁର୍ଘଟଣା ପରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ୍ ଏହି ଦୁର୍ଘଟଣାରେ ଗଭୀର ଶୋକବ୍ୟକ୍ତ କରିଛନ୍ତି ଏବଂ ସମସ୍ତ ଆହତଙ୍କୁ ତୁରନ୍ତ ଉତ୍ତମ ଚିକିତ୍ସା ଯୋଗାଇ ଦେବା ସହ ମୃତକଙ୍କ ପରିବାରକୁ ଯଥା ସମ୍ଭବ ସହାୟତା ପ୍ରଦାନ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking