ଭଦ୍ରକ: ଭଦ୍ରକରେ ଭୟଙ୍କର ଦୁର୍ଘଟଣା । ଏକ କାରକୁ ବଞ୍ଚାଇବାକୁ ଯାଇ ଡିଭାଇଡରରେ ଚଢିଗଲା ବସ । ଭଦ୍ରକ ନୂଆ ବସଷ୍ଟାଣ୍ଡ ନିକଟରେ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି ଯାତ୍ରୀ । ସୂଚନା ଅନୁଯାୟୀ ଅଭନାରୁ ଭୁବନେଶ୍ୱର ଯାଉଥିବା ଶାନ୍ତିଲତା ବସ ଭଦ୍ରକ ନୂଆ ବସଷ୍ଟାଣ୍ଡ ସମ୍ମୁଖରେ ଦୁର୍ଘଟଣାର ଶୀକାର ହୋଇଛି । ସାମ୍ନାପଟୁ ଏକ କାର ଆସିଯିବାରୁ ହଠାତ ବସଟି ଭାରସାମ୍ୟ ହରାଇ ଏକ ଡିଭାଇଡର ଉପରେ ଚଢିଯାଇଥିଲା । ବସଟି ସାମ୍ନାପଟ ନଷ୍ଟ ହୋଇଥିବା ବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ।









