22.1 C
Bhubaneswar
Monday, March 23, 2026
Homeଓଡିଶା“ଟେରାକୋଟା ଏବଂ କୁମ୍ଭାରଶିଳ୍ପ”ଆମ ଗୌରବମୟ ଐତିହ୍ୟର ପ୍ରତୀକ: ମନ୍ତ୍ରୀ

“ଟେରାକୋଟା ଏବଂ କୁମ୍ଭାରଶିଳ୍ପ”ଆମ ଗୌରବମୟ ଐତିହ୍ୟର ପ୍ରତୀକ: ମନ୍ତ୍ରୀ

– ୧୩ ରୁ ୧୯ ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ ଚାଲିବ ପ୍ରଦର୍ଶନୀ
– ଦିବା ୧୧ରୁ ରାତ୍ର ୯ ଘଟିକା ପର୍ଯ୍ୟନ୍ତ ଖୋଲା ରହିବ ଷ୍ଟଲ୍‌
– ପ୍ରତି ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ
– ୩ କୋଟିରୁ ଅଧିକ ବିଜିନେସ୍ ଲକ୍ଷ୍ୟ

ଭୁବନେଶ୍ୱର: “ଟେରାକୋଟା ଏବଂ କୁମ୍ଭାରଶିଳ୍ପ” ଓଡିଶାର ପ୍ରାଚୀନ ସଂସ୍କୃତି ଏବଂ ଗରିମାମୟ ଐତିହ୍ୟର ପ୍ରତୀକ । ରାଜ୍ୟରେ ୩୬,୦୦୦ ରୁ ଅଧିକ କାରିଗର ଏହି ଶିଳ୍ପକୁ ଆଧାର କରି ଜୀବିକା ନିର୍ବାହ କରୁଛନ୍ତି ।ଏହିବାର୍ଷିକ ଟେରାକୋଟା ପ୍ରଦର୍ଶନୀସେମାନଙ୍କୁ ଆର୍ଥିକଭାବେ ସଶକ୍ତ କରିବା ସହ ଏହି ସମୃଦ୍ଧ ହସ୍ତଶିଳ୍ପକୁ ଆଗକୁ ବଢାଇବାରେ ସହାୟକ ହେବ ବୋଲି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀ ପ୍ରଦିପ ବଳ ସାମନ୍ତ କହିଛନ୍ତି । ସ୍ଥାନୀୟ ଇଡକୋ ପ୍ରଦର୍ଶନୀ ପଡ଼ିଆଠାରେ ଆୟୋଜିତ “ବାର୍ଷିକ ଟେରାକୋଟା ପ୍ରଦର୍ଶନୀ ‘ମୃତ୍ତିକା’- ୨୦୨୫” ର ଉଦ୍ଘାଟନ ଅବସରରେ ଗଣମାଧ୍ୟମକୁ ସମ୍ବୋଧନ କରି ସେ ଏହା କହିଛନ୍ତି । ଦୀପାବଳୀକୁ ଦୃଷ୍ଟିରେ ରଖି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଏହି ପ୍ରଦର୍ଶନୀର ଆୟୋଜନ କରାଯାଇଛି । ଏହି ଉଦ୍ଘାଟନୀ ଉତ୍ସବରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଗୁହା ପୁନମ ତାପସ କୁମାର ଯୋଗ ଦେଇ କହିଥିଲେ, ଗୋଟିଏ ସ୍ଥାନରେ ଟେରାକୋଟା ଏବଂ କୁମ୍ଭାର ହସ୍ତଶିଳ୍ପକୁ ପ୍ରଦର୍ଶିତ କରିବା ସହ ହସ୍ତଶିଳ୍ପୀମାନଙ୍କ ଆର୍ଥିକ ଉନ୍ନତି ନିମନ୍ତେ ବାଣିଜ୍ୟିକ ଆଭିମୁଖ୍ୟକୁ ତ୍ୱରାନ୍ୱିତ କରିବା ହେଉଛି ଏହି ଆୟୋଜନର ମୂଳଲକ୍ଷ୍ୟ ।

“ବାର୍ଷିକ ଟେରାକୋଟା ପ୍ରଦର୍ଶନୀ:ମୃତ୍ତିକା”୧୩ ରୁ ୧୯ ଅକ୍ଟୋବର, ୨୦୨୫ ପର୍ଯ୍ୟନ୍ତ ଚାଲିବ ।ଚଳିତଥର ୨୧୦ଟି ଷ୍ଟଲ୍ ଖୋଲିଛି ।ପ୍ରତ୍ୟେକ ଦିନ ଦିବା ୧୧ ଘଟିକାରୁ ରାତ୍ର ୯ ଘଟିକା ପର୍ଯ୍ୟନ୍ତ ଏହି ପ୍ରଦର୍ଶନୀ ଖୋଲା ରହିବ । ଓଡିଶାର ସମସ୍ତ ଜିଲ୍ଲାରୁ ପ୍ରାୟ ୩୫୦ ଜଣ ଟେରାକୋଟା ଏବଂ କୁମ୍ଭାର ହସ୍ତଶିଳ୍ପୀ ଏହି ପ୍ରଦର୍ଶନୀରେଅଂଶଗ୍ରହଣ କରିଛନ୍ତି ।ପ୍ରାୟ ୩ କୋଟି ଟଙ୍କାରୁ ଅଧିକ ବିଜିନେସ୍ ହେବ ବୋଲି ଆକଳନ କରାଯାଇଛି ।ପ୍ରତି ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।ଥିମ୍ ପ୍ୟାଭିଲିୟନରେ ପାରମ୍ପରିକ ଠାରୁ ଆଧୁନିକ ସୌଖୀନ ଉପକରଣ ପର୍ଯ୍ୟନ୍ତ ଟେରାକୋଟା ହସ୍ତଶିଳ୍ପର ଯାତ୍ରାକୁ ପ୍ରଦର୍ଶନ କରାଯାଇଛି ।

ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ହସ୍ତଶିଳ୍ପ ନିର୍ଦ୍ଦେଶିକା ପ୍ରଣତୀ ଛୋଟରାୟ, ଉପ-ନିର୍ଦ୍ଦେଶକ ମାନଗୋଵିନ୍ଦ ଜେନା, ମାନ୍ୟବର ସମବାୟ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପୀତାମ୍ବର ସାମଲ, ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ, ଆମ ରାଜ୍ୟରେ ୪୦ ରୁ ଅଧିକ ଟେରାକୋଟା ହସ୍ତଶିଳ୍ପ ପୁଞ୍ଜ ରହିଛି । ରାଜ୍ୟ ସରକାରଙ୍କ ଦ୍ଵାରା ସ୍ୱୀକୃତିପ୍ରାପ୍ତ ୬୧ଟି ହସ୍ତଶିଳ୍ପ ମଧ୍ୟରୁ“ଟେରାକୋଟା ଏବଂ କୁମ୍ଭାରଶିଳ୍ପ” ହେଉଛି ଏକ ଅତ୍ୟନ୍ତପୁରାତନ ହସ୍ତଶିଳ୍ପ।ଏହି ପ୍ରଦର୍ଶନୀରେ ଅଂଶଗ୍ରହଣ କରିଥିବା ସମସ୍ତ ହସ୍ତଶିଳ୍ପୀମାନଙ୍କୁ ନିଃଶୁଳ୍କ ଷ୍ଟଲ ପ୍ରଦାନ ସହିତ ଯାତାୟାତ ଖର୍ଚ୍ଚ, ଦୈନିକ ଭତ୍ତା, ସାମଗ୍ରୀ ପରିବହନ ପାଇଁ ଖର୍ଚ୍ଚ ଆଦି ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ତରଫରୁ ପ୍ରଦାନ କରାଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking