21.1 C
Bhubaneswar
Saturday, February 7, 2026
Homeଓଡିଶାବିଜେପିରେ ଯୋଗଦେଲେ ତେନ୍ତୁଳି ଖୁଂଟି ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ

ବିଜେପିରେ ଯୋଗଦେଲେ ତେନ୍ତୁଳି ଖୁଂଟି ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ

– ବିଜେପି ଉପରେ ଆସ୍ଥା ଓ ବିଶ୍ୱାସ ପ୍ରକଟ କରି ନଗରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଂଟି ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷଙ୍କ ସମେତ ସମିତି ସଭ୍ୟା, ସରପଂଚ ଓ ବିଜେଡି କର୍ମୀଙ୍କ ବିଜେପିରେ ଯୋଗଦାନ
– ସମସ୍ତ ନୂତନ ସଦସ୍ୟଙ୍କୁ ସ୍ୱାଗତ ଜଣାଇଲେ ରାଜ୍ୟ ସଭାପତି

ଭୁବନେଶ୍ୱର: ଓଡ଼ିଶାକୁ ବିକଶିତ ରାଜ୍ୟ ଭାବେ ଗଢ଼ି ତୋଳିବାକୁ ବିଜେପି ସରକାର ବଦ୍ଧ ପରିକର । ବିଜେପି ସରକାର ଉପରେ ଓଡ଼ିଶାବାସୀଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇବାରେ ଲାଗିଛି । ବିଜେପି ସରକାର ସମେତ ଏମ୍‌ପି, ବିଧାୟକଙ୍କ ୧ ବର୍ଷ କାର୍ଯ୍ୟରେ ଆସ୍ଥା ପ୍ରକଟ କରି ଆଜି ତେନ୍ତୁଳିଖୁଂଟି ବ୍ଲକ ଅଧ୍ୟକ୍ଷା ନିଲେନ୍ଦ୍ରୀ ନାୟକ, ଉପାଧ୍ୟକ୍ଷ ରାଜନ୍ଦ୍ରେ ବିଶୋଇ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ସେମାନଙ୍କ ସମେତ ଅମଳାଭଟା ଗ୍ରାମପଂଚାୟତ ସମିତି ସଭ୍ୟା ବିଦୁସ୍ମିତା ଜାନି, କାମତା ପଂଚାୟତ ସମିତି ସଭ୍ୟା, ମଂଚାଗାଁ ପଂଚାୟତ ସରପଂଚ ତିରୁପତି ମହାନ୍ତି, ବିଜେଡି କର୍ମୀ, ଜି.ସତ୍ୟମ ନାଇଡୁ, ଗୋଲକ ନାୟକ, ସିନ୍ଦୁ ନାୟକ, ଲମ୍ବୋଦର ନାୟକ, ପୁରଷୋତମ ଜାନି, ପଦଲାମ ସଗରିଆ ପ୍ରମୁଖ ବିଜେପିରେ ସାମିଲ ହୋଇଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ସମସ୍ତ ନୂତନ ସଦସ୍ୟଙ୍କୁ ଟୋପି ଓ ଉତରୀୟ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ । ଏହି ମିଶ୍ରଣ ପର୍ବରେ ନବରଂଗପୁର ସାଂସଦ ଶ୍ରୀ ବଳଭଦ୍ର ମାଝି, ବିଧାୟକ ଗୌରୀ ଶଙ୍କର ମାଝି, ବିଧାୟକ ରୂପ ଭତ୍ରା ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର, ବିରଂଚି ନାରୟଣ ତ୍ରିପାଠୀ, ପୂର୍ବତନ ବାଚସ୍ପତି ରାମଚନ୍ଦ୍ର ପଣ୍ଡା, କାହ୍‌ୁ ଦାସ, ପ୍ରଶାନ୍ତ ନାୟକ, ଅଭିମନ୍ରୁ ହରିଜନ, ହରେକୃଷ୍ଣ ମୁଦୁଲି, ଧରଣୀ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking