16.1 C
Bhubaneswar
Monday, February 9, 2026
Homeଦେଶ ବିଦେଶଭାରତ-ବାଂଲା ସୀମାରେ ଉତ୍ତେଜନା; ଭାରତୀୟ ଉଚ୍ଚାୟୁକ୍ତଙ୍କୁ ଡକାଇଲେ ୟୁନୁସ ସରକାର

ଭାରତ-ବାଂଲା ସୀମାରେ ଉତ୍ତେଜନା; ଭାରତୀୟ ଉଚ୍ଚାୟୁକ୍ତଙ୍କୁ ଡକାଇଲେ ୟୁନୁସ ସରକାର

ନୂଆଦିଲ୍ଲୀ: ସୀମାନ୍ତ ଅଞ୍ଚଳରେ ଭାରତୀୟ ସେନା ଗୁଳି ଚାଳନା କରିବାକୁ ନେଇ ଭାରତ ଓ ବାଂଲାଦେଶ ମଧ୍ୟରେ ଉତ୍ତେଜନା ବଢ଼ିବଢ଼ି ଚାଲିଛି। ଏପରି ସ୍ଥଳେ ବାଂଲାଦେଶର ବୈଦେଶିକ ମନ୍ତ୍ରଣାଳୟ ଭାରତୀୟ ହାଇକମିଶନର ପ୍ରଣୟ ବର୍ମାଙ୍କୁ ସମନ୍ ଜାରି କରିବା ପୂର୍ବକ ଏହି ଘଟଣା ଉପରେ ସ୍ପଷ୍ଟୀକରଣ ଲୋଡିଛି। ସୀମାନ୍ତ ଅଞ୍ଚଳରେ ଭାରତୀୟ ସେନା ଗୁଳି ଚଳାଇଥିବା ବାଂଲାଦେଶ ସରକାର ଅଭିଯୋଗ କରିଛନ୍ତି। ବାଂଲାଦେଶରେ ଚାଲିଥିବା ଅସ୍ଥିରତା ତଥା ହିଂସାକାଣ୍ଡ ମଧ୍ୟରେ ଶହ ଶହ ବାଂଲାଦେଶୀ ଭାରତୀୟ ସୀମା ମଧ୍ୟକୁ ଅନୁପ୍ରବେଶ କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ସେହିପରି ବାଂଲାଦେଶ ପଟୁ ନିଷିଦ୍ଧ ସାମଗ୍ରୀ ସବୁ ଭାରତକୁ ଚୋରା ଚାଲାଣ କରିବା ପାଇଁ ମଧ୍ୟ ଉଦ୍ୟମ କରାଯାଉଛି। ଏସବୁ ପଛରେ ବାଂଲାଦେଶୀ ମାଫିଆଙ୍କ ସମ୍ପୃକ୍ତି ରହିଛି। ତେବେ ଭାରତୀୟ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ଏସବୁକୁ ବାରଣ କରୁଛି।

ବିଏସ୍‌ଏଫ୍‌ର ସତର୍କ ଦୃଷ୍ଟି ସତ୍ତ୍ୱେ କିଛି ବାଂଲାଦେଶୀ ରାତି ସମୟରେ ଅନୁପ୍ରବେଶ ଉଦ୍ୟମ ମଧ୍ୟ କରୁଛନ୍ତି। ଏପରି ସ୍ଥଳେ ବିଏସ୍‌ଏଫ୍ ପକ୍ଷରୁ ବାଂଲାଦେଶୀଙ୍କ ଉପରେ ଗୁଳିଚାଳନା କରାଯିବା ଘଟଣା ମଧ୍ୟ ଦେଖିବାକୁ ମିଳିଛି। ଏହି ଘଟଣା ପରେ ସୀମାରେ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ତିକ୍ତତା ବଢ଼ିବାରେ ଲାଗିଛି। ବିଏସଏଫ ପକ୍ଷରୁ ଜାରି ବିବୃତି ଅନୁଯାୟୀ, ଶୁକ୍ରବାର ରାତିରେ ସୀମାନ୍ତ ଫାଣ୍ଡି ନୱାଦା ଅଞ୍ଚଳରେ ପ୍ରାୟ ୧୫ରୁ ୨୦ଜଣ ଚୋରା ଚାଲାଣକାରୀ ବାଂଲାଦେଶ ପଟରୁ ଭାରତୀୟ ସୀମାରେ ପ୍ରବେଶ କରିଥିଲେ ଏବଂ ସେନା କର୍ମଚାରୀଙ୍କ ମନା କରିବା ସତ୍ତ୍ୱେ ସେମାନେ ଫେରିବାକୁ ରାଜିନଥିଲେ, ଯାହା ପରେ ସେମାନେ ସୈନିକମାନଙ୍କ ସହିତ ଆକ୍ରମଣାତ୍ମକ ଆଚରଣ ପ୍ରଦର୍ଶନ କରିଥିଲେ, ତେଣୁ ବିଏସଏଫକୁ ଖାଲି ରାଉଣ୍ଡ ଗୁଳି ଚଳାଇବାକୁ ପଡିଥିଲା ଏବଂ କେହି ଆହତ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ। ଚୋରା ଚାଲାଣକାରୀଙ୍କ ପାଖରେ ୨୫ ବୋତଲ ଫେନସିଡିଲ, ଗୋଟିଏ ଛୁରି ଓ ଗୋଟିଏ ଟର୍ଚ୍ଚ ଥିଲା, ଯାହାକୁ ସେମାନେ ଛାଡି ଦେଇ ପଳାଇଥିଲେ ବୋଲି ବିଏସ୍‌ଏଫ୍ କହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking